କେଜ୍ରିଓ୍ବାଲ୍ଙ୍କୁ ମିଳିଲା ଆଶ୍ବସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ ..
1 min readମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ୍ଙ୍କୁ ମିଳିଲା ଆଶ୍ବସ୍ତି । କେଜ୍ରିଓ୍ବାଲ୍ଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛି ସୁପ୍ରିମକୋର୍ଟ । କିନ୍ତୁ ସେ ଜାମିନ ମିଳିବା ସତ୍ତ୍ୱେ ଜେଲରେ ରହିବେ କାରଣ ଇଡି ମାମଲାରେ ଏହି ରିଲିଫ ଦିଆଯାଇଛି। ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ଏକ ଦୁର୍ନୀତି ମାମଲାରେ ଏଏପି ଜାତୀୟ ସଂଯୋଜକ କେଜ୍ରିଓ୍ବାଲ୍ଙ୍କୁ ଜୁନ ୨୬ରେ ସିବିଆଇ ଗିରଫ କରିଥିଲା। ମାର୍ଚ୍ଚ ୨୧ରେ ଇଡି ଅରବିନ୍ଦ କେଜ୍ରିଓ୍ବାଲ୍ଙ୍କୁ ଗିରଫ କରିଥିଲା।
, ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ପ୍ରସଙ୍ଗରେ ନିଜର ରାୟ ଦେଇଛନ୍ତି । ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ମଧ୍ୟ ବେଞ୍ଚରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାପୂର୍ବରୁ କେଜ୍ରିଓ୍ବାଲ୍ଙ୍କ ଏହି ଆବେଦନ ମେ ୧୭ରେ ଏସସିରେ ଶୁଣାଣି ହୋଇଥିଲା। ତା’ପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ସଂରକ୍ଷଣ କରି କହିଥିଲେ , ଅରବିନ୍ଦ କେଜ୍ରିଓ୍ବାଲ୍ ଜାମିନ ପାଇଁ ଟ୍ରାଏଲ କୋର୍ଟକୁ ଯାଇପାରିବେ। ଏପ୍ରିଲ ୧୫ରେ ଅରବିନ୍ଦ କେଜ୍ରିଓ୍ବାଲ୍ଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଇଡିଙ୍କଠାରୁ ଜବାବ ମାଗିଥିଲେ। ଅରବିନ୍ଦ କେଜ୍ରିଓ୍ବାଲ୍ ଏପ୍ରିଲ ୯ରେ ଦିଲ୍ଲୀ ଏଚସିର ଆଦେଶକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଦିଲ୍ଲୀ ମୁଖ୍ଯମନ୍ତ୍ରୀଙ୍କୁ ସର୍ବୋଚ୍ଚ ଅଦାଲତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ତେବେ ଜୁନ୍ ୨୫ରେ ସିବିଆଇ କେଜରିୱାଲଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଜାମିନ ମିଳିନଥିବାରୁ କେଜ୍ରିୱାଲ ଏବେ ବି ଜେଲରେ ରହିବେ ।