Pratidin TV

Odisha's Digital News Platform

ପ୍ରଚାର ମୈଦାନକୁ ଓହ୍ଲାଇଲେ ଗ୍ରେଟ ଖଲି , କରିଲେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ..

ଲୋକସଭା ନିର୍ବାଚନୀ ପାଇଁ ସରଗରମ ଉତ୍ତରପ୍ରଦେଶର କାନପୁର ଲୋକସଭା ଆସନ । ବିଜେପି ଏବଂ ଇଣ୍ତିଆ ମେଣ୍ଟ ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର  । ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବ ଏକାଠି ନିର୍ବାଚନ ପ୍ରଚାର କରୁଥିବା ବେଳେ ଏବେ ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି  ଅନ୍ତର୍ଜାତୀୟ ରେସଲର ଦ ଗ୍ରେଟ୍ ଖଲି  । ବିଜେପି ପ୍ରାର୍ଥୀ ରମେଶ ଅୱସ୍ତୀଙ୍କ ସମର୍ଥନରେ ଦ ଗ୍ରେଟ୍ ଖଲି ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ଗ୍ରେଟ୍ ଖଲି କାନପୁରରେ ପହଞ୍ଚି ସେଠାରେ ବିଜେପି ପ୍ରାର୍ଥୀ ରମେଶ ଅୱସ୍ତୀଙ୍କ ସମର୍ଥନରେ ଏକ ରୋଡ୍ ସୋର ଆୟୋଜନ କରିଥିଲେ ଏବଂ ବିଜେପି ସପକ୍ଷରେ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ସମୟରେ ତାଙ୍କୁ ଦେଖିବା ପାଇଁ କାନପୁର ରାସ୍ତାରେ ଜନସମାଗମ ହୋଇଥିଲା ।

ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟକ ଲୋକ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଗ୍ରେଟ  ଖଲି ବିଜେପିକୁ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ ଏବଂ ଲୋକଙ୍କୁ ରାମ ମନ୍ଦିର ବିଷୟରେ ମନେ ପକାଇ ଦେଇଥିଲେ। ସେ କହିଛନ୍ତି ଯେ ଯେଉଁମାନେ ସନାତନ ଧର୍ମରେ ବିଶ୍ୱାସ କରନ୍ତି ସେମାନେ ଅଯୋଧ୍ୟାରେ ପ୍ରଭୁ ରାମ ଲଲାଙ୍କ ସମାରୋହ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିବା ଦଳର ପ୍ରାର୍ଥୀଙ୍କ ସମର୍ଥନ କରିବା ଅନୁଚିତ । ସେ ଏହାକୁ ଭାରତୀୟ ସଂସ୍କୃତି ପ୍ରତି ଅପମାନ ବୋଲି କହଯାଇଥାଏ ।ତେବେ   କାନପୁର ଆସନରୁ ବିଜେପି ପ୍ରାର୍ଥୀ ରମେଶ ଅୱସ୍ତି ଙ୍କ ପ୍ରଚାର ପାଇଁ ତାରକାମାନଙ୍କର ଏକ ଲମ୍ବା ଲାଇନ ଲାଗିଛି । ଏହାପୂର୍ବରୁ ସେ ଭୋଜପୁରୀ ଅଭିନେତ୍ରୀ ମୋନାଲିସା ଏବଂ ଅକ୍ଷରା ସିଂଙ୍କୁ ନିର୍ବାଚନ ପ୍ରଚାର ମୈଦାନରେ ନଜର ଆସିଥିଲେ । ବର୍ତ୍ତମାନ ଗ୍ରେଟ ଖଲି ତାଙ୍କ ରୋଡ ସୋରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *