ଫ୍ୟାନଙ୍କ ପାଇଁ ଖୁସି ଖବର , ପୁଣିଥରେ କୁସ୍ତି ଲଢ଼ିବେ ଗ୍ରେଟ୍ ଖଲି..
1 min readରେସଲର ଦ ଗ୍ରେଟ ଖଲିଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ଅଣ୍ଡରଟେକର ଓ ଜନ ସିନାଙ୍କ ପରି କିମ୍ବଦନ୍ତୀ କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଥିବା ଖଲି ପୁଣିଥରେ ରିଙ୍ଗରେ ଏଣ୍ଟ୍ରି କରିବାକୁ ପୁରା ପୁରୀ ପ୍ରସ୍ତୁତ । ରିପୋର୍ଟ ଅନୁସାରେ ଆସନ୍ତା ୧୪ରେ ଉତ୍ତରାଖଣ୍ଡ ରେସଲିଂ ଏଣ୍ଟରଟେନମେଣ୍ଟ(UKWE)ରେ କୁସ୍ତି ଲଢିବେ । ୨୦୧୪ରୁ ରେସଲିଂ ଛାଡିଥିବା ଖଲିଙ୍କ ରିଏଣ୍ଟ୍ରିକୁ ନେଇ ଯେତିକି ଚର୍ଚ୍ଚା ତାଠୁ ଅଧିକ ଆଲୋଚନା ତାଙ୍କ ସଂପତ୍ତିକୁ ନେଇ । ଆପଣ ଜାଣିଛନ୍ତି କି କେତେ ସଂପତ୍ତିର ମାଲିକ ଗ୍ରେଟ ଖଲି । ଦିଲ୍ଲୀପ ସିଂ ଖଲି ଅଥବା ଦ ଗ୍ରେଟ ଖଲି । ପ୍ରାୟ ୮ ନିୟୁତ ଡଲାର ସଂପତ୍ତି ବା ୬୭.୧୭ କୋଟି ଟଙ୍କାର ମାଲିକ । ବୃତ୍ତିଗତ କୁସ୍ତିରୁ ବିଦାୟ ନେବା ପରେ ସେ ବିଜ୍ଞାପନରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ରିପୋର୍ଟ ଅନୁସାରେ ସେ କେବଳ ବିଜ୍ଞାପନରୁ ୧୮ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି । ତାଙ୍କ ରୋଜଗାରର ସୋର୍ସ ମଧ୍ୟ ଭିନ୍ନ ଭିନ୍ନ । ସେ ଆମ୍ବୁଜ ସିମେଣ୍ଟ ଓ ମାଇଥନ ଷ୍ଟିଲର ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି ।
ଏହା ସହ ହିମାଚଳପ୍ରଦେଶ ସରକାରଙ୍କ ଦ୍ବାରା ପରିଚାଳିତ ପ୍ଲାଷ୍ଟିକ ଫ୍ରି ଅଭିଯାନର ରାଷ୍ଟ୍ରଦୂତ ଅଛନ୍ତି । ଏବେ ସେ ନିଜର କୁସ୍ତି ଏକାଡେମୀ କରି ସେଥିରେ ନୂଆ ଯୋଦ୍ଧାଙ୍କୁ ଟ୍ରେନିଂ ଦେଉଛନ୍ତି । ୨୦୧୪ରେ WWE ଛାଡିଥିବା ଖଲି ହଲିଉଡ ଫିଲ୍ମ ଓ ବଲିଉଡ ଫିଲ୍ମ, ଟିଭି ସୋରେ ମଧ୍ୟ କାମ କରିଛନ୍ତି । ସେ ୨୦୨୨ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ହେଲେ ସେ କେବେବି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିନାହାନ୍ତି । ସେ ଏକମାତ୍ର ଭାରତୀୟ ଯିଏକି World Wrestling Entertainment (WWE)ରେ ବିଶ୍ବ ହେଭିୱେଟ ଟାଇଟଲ ଜିତିଛନ୍ତି ।ଯେଉଁ ସ୍ତରରେ ପହଞ୍ଚିବାକୁ ଅନେକଙ୍କୁ କଠିନ ପରିଶ୍ରମ କରିବାକୁ ପଡେ । ଖଲି କିନ୍ତୁ WWE ଦୁନିଆରେ ଏଣ୍ଟ୍ରି କରୁ କରୁ ସଫଳ ଯୋଦ୍ଧା ବନିଯାଇଥିଲେ । WWE ରେସଲିଂରେ ପ୍ରବେଶ କରିବା ପୂର୍ବରୁ ଖଲି ପଞ୍ଜାବ ପୋଲିସରେ କାମ କରୁଥିଲେ । ୨୭ ଅଗଷ୍ଟ ୧୯୭୨ରେ ହିମାଚଳପ୍ରଦେଶର ଧୀରାନା ଗାଁରେ ଖଲିଙ୍କ ଜନ୍ମ ।
ଏହି ଅନ୍ତର୍ଜାତୀୟ ତାରକା ଦିନେ ରାସ୍ତା ପାଇଁ ପଥର ଭାଙ୍ଗିବା କାମ କରୁଥିଲେ । ୨୦୦୨ରେ ହରମିନ୍ଦର କୌରଙ୍କୁ ବିବାହ କରିଥିଲେ । ଦୀର୍ଘ ୧୨ ବର୍ଷ ପରେ ତାଙ୍କର ଏକ ଝିଅ ହୋଇଥିଲା । ଖଲିଙ୍କ ପତ୍ନୀ ଅନେକ ଥର କହିଛନ୍ତି ତାଙ୍କ ଝିଅ ମଧ୍ୟ ସ୍ବାମୀଙ୍କ ପରି ରେସଲର ହେବାକୁ ସେ ଚାହାନ୍ତି । ଖଲି ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ଝିଅ ସହ ଅନେକ ଫଟୋ ଓ ଭିଡିଓ ସେ ସେୟାର କରନ୍ତି । ୧୫୭ କିଲୋଗ୍ରାମ ଓ ୭ଫୁଟ ୧ ଇଞ୍ଚ ଉଚ୍ଚତାର ଖଲି କେତେ ପରିମାଣର ଖାଦ୍ୟ ଖାଆନ୍ତି । ଅନେକଙ୍କ ମନରେ ଏ ପ୍ରଶ୍ନ ଥାଏ । ନିକଟରେ ଏକ ଇଣ୍ଟରଭ୍ୟୁରେ ନିଜର ଡାଏଟ ସଂପର୍କରେ ଖୁଲାସା କରିଛନ୍ତି ଖଲି । ସେ ଦିନକୁ ୫ କିଲୋଗ୍ରାମ ଚିକେନ ଖାଆନ୍ତି । ୫୦ରୁ ଅଧିକ ଅଣ୍ଡା ଓ ୧୦ ଲିଟର କ୍ଷୀର ପିଅନ୍ତି । ଚିକେନ ଓ ଅଣ୍ଡା ତରକାରୀ ତାଙ୍କର ଅଧିକ ପ୍ରିୟ । କେବଳ ଖାଇବାକୁ ଭଲ ପାଆନ୍ତି କହିଲେ ହେବନି ଖଲି ଜଣେ ଭଲ କୁକ । ସ୍ବାଦିଷ୍ଟ ଖାଇବା ରାନ୍ଧି ଅନ୍ୟମାନଙ୍କୁ ମଧ୍ୟ ଖୁଆଇବାକୁ ସେ ପସନ୍ଦ କରନ୍ତି ।