Pratidin TV

Odisha's Digital News Platform

ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି: ହେମନ୍ତଙ୍କ ଜାମିନ ରହିବ ବଳବତ୍ତର ..

1 min read

ହେମନ୍ତ ସୋରେନଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ହେମନ୍ତ ସୋରେନଙ୍କ ଜାମିନ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରି ସୁପ୍ରିମକୋର୍ଟ ଇଡିଙ୍କ ଆବେଦନ ଶୁଣିବାକୁ ମନା କରି ଦେଇଛନ୍ତି। ହାଇକୋର୍ଟଙ୍କ ଦ୍ୱାରା ହେମନ୍ତ ସୋରେନଙ୍କୁ ଦିଆଯାଇଥିବା ଜାମିନ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ଆବେଦନକୁ ସର୍ବୋଚ୍ଚ ଅଦାଲତ ପ୍ରତ୍ୟାଖ୍ୟାନ କରିଛନ୍ତି। ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଜାମିନ ଆଦେଶ ବିରୋଧରେ ଇଡି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ।

ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟଙ୍କ ଆଦେଶ ଏକ ଭଲ ନିଷ୍ପତ୍ତି। ଜଜ ଏକ ଯୁକ୍ତିଯୁକ୍ତ ରାୟ ଦେଇଛନ୍ତି। ଆମେ ଏଥିରେ ହସ୍ତକ୍ଷେପ କରିବାକୁ ଆଗ୍ରହୀ ନୁହଁ। ତେବେ ହାଇକୋର୍ଟଙ୍କ ମନ୍ତବ୍ୟର ଶୁଣାଣି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।  ସୁଚନାନୁସାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ର ନେତା ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ଜାନୁୟାରୀ ୩୧ରେ ଗିରଫ କରିଥିଲା । ଗିରଫ ପୂର୍ବରୁ ହିଁ ସୋରେନ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ହାଇକୋର୍ଟରୁ ଜାମିନ ପାଇବା ପରେ ସେ ଜୁଲାଇ ୪ରେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ

Advertisement

Leave a Reply

Your email address will not be published. Required fields are marked *