Pratidin TV

Odisha's Digital News Platform

ସାଙ୍ଗକୁ ହତ୍ୟା କରିବା ପରେ ରଚିଥିଲେ ଅପହରଣର ନାକଟ, କରୁଥିଲେ ୬ କୋଟି ଟଙ୍କାର ଡିମାଣ୍ଡ…..

ସାମାନ୍ୟ ଝଗଡରୁ ମହାଭାରତ ସୃଷ୍ଟି | ସାମାନ୍ୟ ଝଗଡା ପାଇଁ ସାଙ୍ଗକୁ ମାରି ପୋତିଦେଲା ସାଙ୍ଗ | ପରେ ପୋଲିସକୁ ଭୁଆଁ ବୁଲାଇଲା ଅଭିଯୁକ୍ତ ସାଙ୍ଗ | ପୋଲିସକୁ ଫୋନ କରି ଅପହରଣର ମିଛ ନାଟକ ରଚିଲେ ଅଭିଯୁକ୍ତ ସାଙ୍ଗ | ନୋଏଡ଼ାର ଜଣେ ବିବିଏ ଛାତ୍ର ନିଖୋଜ ମାମଲା ରୁଜୁ ହୋଇଥିଲା | ତେବେ ଏବେ ତଦନ୍ତ ପରେ ସମ୍ପୂର୍ଣ ଘଟଣା ଉପରୁ ପରଦା ଉଠାଇଛି ପୋଲସ | ପୁଲିସ ପର୍ଦ୍ଦାଫାସ କରିଛି। ପାର୍ଟିରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଏପରି କାଣ୍ଡ ଭିଆଇଛନ୍ତି କଲେଜରେ ପାଠ ପଢୁଥିବା ଛାତ୍ର |

ପୁଲିସର ସୂଚନା ଅନୁସାରେ, ମୃତ ଛାତ୍ର ଜଣକ ହେଉଛନ୍ତି ଉତ୍ତର ପ୍ରଦେଶ ଅମରୋହାର ୟଶ ମିତ୍ତଲ। ତାଙ୍କ ବାପା ଦିଲ୍ଲୀପ ମିତ୍ତଲ ଜଣେ ବ୍ୟବସାୟୀ। ୟଶ ଦିଲ୍ଲୀର ଏକ ୟୁନିଭରସିଟିରେ ବିବିଏ ପଢୁଥିଲେ। ନିଖୋଜ ଅଭିଯୋଗ ପରେ ପୋଲିସ ୟଶଙ୍କର ଜଣେ ସାଙ୍ଗଙ୍କୁ ଉଠାଇଆଣି ପଚରାଉଚରା କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା। ପୋଲିସ କହିବାନୁଯାୟୀ, ଫେବୃଆରୀ ୨୬ ରେ ୟଶ ତାଙ୍କ ସାଙ୍ଗ ରଚିତ, ଶିବମ, ସୁଶାନ୍ତ ଏବଂ ସୁମିତଙ୍କ ସହ ଗଜ୍ରାଉଲାର ଏକ ଫାର୍ମହାଉସକୁ ପାର୍ଟି କରିବାକୁ ଯାଇଥିଲେ। ସେଠାରେ ସେମାନଙ୍କ ଭିତରେ ପାଟିତୁଣ୍ତ ହୋଇଥିଲା। ଏହାପରେ ସେମାନେ ୟଶଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ସେଠାରେ ଗାତ ଖୋଳି ପୋତି ଦେଇଥିଲେ।

ପୋଲିସ ଯାଞ୍ଚ କରୁଥିବା ସମୟରେ, ୟଶଙ୍କୁ ଶେଷ ଥର ପାଇଁ ଫୋନରେ କଥା ହୋଇ କେଉଁ ଆଡେ ଯାଇଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ପୁଲିସ ଏହି ସମୟର ଶେଷ କଲକୁ ତଦନ୍ତ ପରିସରଭୁକ୍ତ କରିଥିଲା। ଶେଷ ଥର ପାଇଁ ୟଶ ତାଙ୍କ ସାଙ୍ଗ ରଚିତ ସହ କଥା ହୋଇଥିବା ଜଣାପଡିଥିଲା। ଏହାପରେ ରଚିତଙ୍କୁ ଜେରା କରିଥିଲା ପୁଲିସ। ଜେରା ସମୟରେ ରଚିତ ସବୁ ସତ ଓଗାଳିଥିଲା।

ସୂଚନା ଅନୁଯାୟୀ, ତ୍ୟା ପରେ ମୃତଦେହକୁ ସେହି ଜଙ୍ଗଲରେ ପୋତି ଦେଇଥିଲେ। ଏତେ ସବୁ କାଣ୍ଡ ଭିଆଇବା ପରେ ରଚିଥିଲେ ନୂଆ ଷଡ଼ଯନ୍ତ୍ର। ୟଶଙ୍କ ଫୋନରେ ତାଙ୍କ ବାପାଙ୍କୁ କଲ୍ କରି ପୁଅକୁ ଅପହରଣ କରିଥିବା କହିଥିଲେ। ୬ କୋଟି ଟଙ୍କା ଦେଲେ ପୁଅକୁ ଛାଡିବେ ବୋଲି ଧମକ ଦେଇଥିଲେ। ପୁଲିସ ମାମଲାର ପର୍ଦ୍ଦାଫାସ କରି ୩ ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଶୁଭମ ଏବେ ବି ଫେରାର୍ ରହିଛି। ପୁଲିସ ତାକୁ ଖୋଜାଖୋଜି କରୁଛି।

Leave a Reply

Your email address will not be published. Required fields are marked *