Pratidin TV

Odisha's Digital News Platform

ସମଲିଙ୍ଗୀ ବିବାହକୁ ଗ୍ରୀନସିଗନାଲ୍ , ମିଳିଗଲା ଆଇନଗତ ସ୍ୱୀକୃତି…

1 min read

ବିବାହ କେବଳ ପୁଅ ଆଉ ଝିଅ ନୁହେଁ । ଏବେ ବିବାହ କରିପାରିବେ ସମଲିଙ୍ଗୀ । ସେଥିପାଇଁ ନାଁ ଅଛି ବାଧା ନାଁ ଅଛି ବନ୍ଧନ । କାରଣ ସମଲିଙ୍ଗୀ ବିବାହକୁ ମିଳିଯାଇଛି ମଞ୍ଜୁରୀ । ପ୍ରଭାବଶାଳୀ ତଥା ଦୃଢ ବିରୋଧ ସତ୍ୱେ ଗ୍ରୀସ୍ ସରକାର ଏକ ଐତିହାସିକ ଘୋଷଣା କରିଛନ୍ତି । ଗ୍ରୀସରେ ସମଲିଙ୍ଗୀ ବିବାହ ମିଳିଲା ଆଇନଗତ ସ୍ୱୀକୃତ । ଦୀର୍ଘ ଦିନ ଧରି ଗ୍ରୀସରେ ସମଲିଙ୍ଗୀ ବିବାହକୁ ଆଇନଗତ କରିବାକୁ ସଂଘର୍ଷ ଜାରି ଥିଲା ଏବଂ ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିବା ପାଇଁ ଗ୍ରୀକ୍ ସଂସଦରେ କ୍ରସ୍ ଭୋଟ୍ ମଧ୍ୟ କରାଯାଇଥିଲା ।

୩୦୦ ସିଟ୍ ବିଶିଷ୍ଟ ସଂସଦରେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ପାଇଁ ସରକାରଙ୍କୁ ୧୭୫ ଭୋଟ୍ ଆବଶ୍ୟକ ଥିଲା ଏବଂ ଭୋଟ୍ ସମୟରେ ଜଣେ ବିରୋଧୀ ସାଂସଦ କ୍ରସ୍ ଭୋଟ କରିଥିଲେ ଯାହା ପରେ ସମଲିଙ୍ଗୀ ବିବାହ ସପକ୍ଷରେ ୧୭୬ ଭୋଟ୍ ପଡିଥିଲା ଏବଂ ଏହାପରେ ସଂସଦରେ ଏହି ବିଲ୍ ପାରିତ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ବିଲକୁ ଗୃହରେ ଉପସ୍ଥାପନା କରାଯାଇଥିଲା । ହେଲେ ଏହି ବିଲ୍ କୁ ଦେଶର ଚର୍ଚ୍ଚ ତୀବ୍ର ବିରୋଧ କରିଥିଲେ । ତେବେ ଏହି ବିଲ୍ ଘୋଷଣା ହେବା ପରେ ସଂସଦରେ ସମଲିଙ୍ଗି ବିବାହକୁ ସମର୍ଥନ କରୁଥିବା ସମର୍ଥକ ମାନଙ୍କ ଭିତରେ ଉତ୍ସବ ଆରମ୍ଭ ହୋଇଥିଲା । ସେମାନେ ପରସ୍ପରକୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଥିଲେ ।

Advertisement

Leave a Reply

Your email address will not be published. Required fields are marked *