Pratidin TV

Odisha's Digital News Platform

ଦୀପାବଳିରେ ଫୁଟାଇବା କେଉଁ ବାଣ? ସୁପ୍ରିମକୋର୍ଟଙ୍କ ରାୟ ପରେ ଚିନ୍ତାରେ ଗ୍ରାହକ ଓ ବ୍ୟବସାୟୀ …..

1 min read

ଭୁବନେଶ୍ୱର ; ଆଗକୁ ଆଲୋକର ପର୍ବ ଦୀପାବଳି । ଦୀପାବଳି ରେ ବାଣ ଫୁଟକୁ ନେଇ ଚିନ୍ତାରେ ଲୋକ । ସୁପ୍ରିକୋର୍ଟଙ୍କ ରାୟ ପରେ କେଉ ବାଣ ଫୁଟାଇବେ କେଉଁ ବାଣ ଫୁଟେଇବେନି ତାକୁ ନେଇ ଚିନ୍ତା ।

ବାଣ ଫୁଟାଇବା ନେଇ ୨୦୧୮ରେ ସୁପ୍ରିମକୋର୍ଟ ଯେଉଁ ଅର୍ଡର କରିଥିଲେ, ଏହା ସାରା ଦେଶ ପାଇଁ ଲାଗୁ ହୋଇଥିଲା । ସେଥିରେ କେବଳ ଦିଲ୍ଲୀ ପାଇଁ ସ୍ବତନ୍ତ୍ର ଲାଗୁ ହେବ ବୋଲି କିଛି ଉଲ୍ଲେଖ ନଥିଲା । ଦୁଇ ଦିନ ପୁର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ସ୍ପଷ୍ଟ କରିଛନ୍ତି । ଦେଶି ବାଣ କୁ ସଂପୂଣ୍ଣ ନିଷେଦ କରିଥିବା ବେଳେ ଗ୍ରୀନ କ୍ରାକର୍ସ ବା ସବୁଜ ବାଣ ବିକ୍ରି ପାଇଁ ଅନୁମତି ମିଳିଛି। ବାୟୁ ଓ ଶବ୍ଦ ପ୍ରଦୂଷଣ କେମିତି କମାଯାଇପରିବ ଗୁରୁତ୍ଵ ଦିଆଯାଇଛି ।ଦେଶି ବାଣ ୨୧୦ ଡେସିବଲ ଶବ୍ଦ ପ୍ରଦୂଷଣ କରୁଥିବା ବେଳେ ଗ୍ରୀନ କାର୍କର୍ଶ ୧୨୦-୧୭୦ ଡେଶିବେଲ ଶବ୍ଦ ପ୍ରଦୂଷଣ ଓ ଧୁଆଁ କମ ବାହାରୁଚି। କିଛି ମାତ୍ର ରେ ପ୍ରଦୂଷଣ କମେଇ ହବ । ଯେଉଁ ବାଣ ୧୨୫ ଡେସିବଲରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଛି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତାହାକୁ ଆମ ରାଜ୍ୟରେ ନିଷେଧ କରିଛି । ଏନେଇ ମାସେ ତଳେ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ପୁଣିଥରେ ସବୁ ଜିଲ୍ଲାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ପାଳନ ପାଇଁ ଚିଠି କରଯାଇଛି। ଏହାଛଡ଼ା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରଦୂଷଣ ମାତ୍ରା ଉପରେ ନଜର ରଖିବାକୁ ଦୀପାବଳି ପୂର୍ବରୁ, ଦୀପାବଳି ସମୟରେ ଓ ଦୀପାବଳି ପରେ ରାଜ୍ୟର ସବୁ ଜିଲ୍ଲାରେ ପ୍ରଦୂଷଣର ମାତ୍ରା ମପାଯାଉଛି ।

ଅଧିକ ଜାଣନ୍ତୁ-ଦୀପାବଳି ରେ କାହିଁକି ଫୁଟାଇବେ ଗ୍ରୀନ୍ କ୍ରାକର୍ସ ? 

ନିୟମାବଳୀ-
ଦୀପାବଳୀ ଦିନ ଲୋକମାନେ କେବଳ ସକାଳ ୬ ଟାରୁ ରାତି ୧୦ ମଧ୍ୟରେ ବାଣ ଫୁଟାଇ ପାରିବେ । ଲୋକମାନେ ଅଧିକ ଶବ୍ଦ ଓ ପ୍ରଦୂଷଣ କରୁଥିବା ବାଣ ଫୁଟାଇ ପାରିବେ ନାହିଁ । ଶିକ୍ଷାନୁଷ୍ଠାନ, ସ୍ଵାସ୍ଥ୍ୟ କେନ୍ଦ୍ର ଓ ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ଭିତରେ ଆପତ୍ତିଜନକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୁଲିସ କାର‌୍ୟ୍ୟନୁଷ୍ଠାନ ଗ୍ରହଣ କରିବ । ରାଜଧାନୀ ରେ କିଛି କିଛି ସ୍ଥାନରେ ବାଣ ବିକ୍ରି ଆରମ୍ଭ ହେଇଥିବା ବେଳେ ବ୍ୟବସାୟ କୁ ନେଇ ଆଶା ଆସଙ୍କରେ ବ୍ୟବସାୟୀ। ବିକ୍ରି ଉପରେ କଟକଣା ଲାଗିବା ବେଳେ ସେଭଳି ଆଗ୍ରହ ଆସୁନାହିଁ ବାଣ କିଣିବା ପାଇଁ । ଦୋକାନ ରେ ବିଭିନ୍ନ ବ୍ରାଣ୍ଡ ର ସବୁଜ ବାଣ ବିକ୍ରି ଆରଂଭ ହୋଇଛି। ସୁରକ୍ଷା ପାଇଁ ଟିଣ ରେ ପ୍ରସ୍ତୁତ ହେଵ ଦୋକାନ। ପାଖରେ ପାଣି , ବାଲି ଓ ସ୍ପ୍ରେ ରହିବ ।

ପରିବେଶ କୁ ସୁରକ୍ଷା ପାଇଁ ଆମେ ସମସ୍ତେ ସାଜାଗ ହେବ ଦରକାର। ଏଥର ଦୀପାବଳୀ ରେ ବେସୀ ଶବ୍ଦଓ ଦୂଆଁ ବାଣ ଠୁ ଦୂରେଇ ରହିବା ଓ ନିଜକୁ ସୁରକ୍ଷିତ ରଖିବା ।

Leave a Reply

Your email address will not be published. Required fields are marked *