Pratidin TV

Odisha's Digital News Platform

ଅଲିମ୍ପିକ୍ସରେ ଏଚ୍.ଆଇ.ଭି ପଜିଟିଭ୍ ଜିତିଲେ ସ୍ୱର୍ଣ୍ଣ ପଦକ ! ସଂକ୍ରମଣରୁ ଅଳ୍ପକେ ବର୍ତ୍ତିଗଲେ ଆଥଲେଟିକ୍ସ ମାନେ ..

1 min read

ଚଆଇଭି ପଜେଟିଭ । ଏହି ଶବ୍ଦଟି ଶୁଣିଲେ ମନରେ ଭାସି ଉଠେ ମୃତ୍ୟୁର ଏକ ଅସ୍ପଷ୍ଟ ଛାଇ। ଏଚଆଇଭି ପଜେଟିଭ ଆକ୍ରାନ୍ତ ମଣିଷଟି ଅନ୍ୟକୁ କେବଳ ମୃତ୍ୟୁ ଛଡ଼ା କ’ଣ ବା ଦେଇପାରେ ? ହେଲେ ସେହି  ଏଚଆଇଭି ପଜେଟିଭ ମଣିଷ ଆଜି ଦେଶକୁ ଭେଟି ଦେଇଛି ସ୍ୱର୍ଣ୍ଣ ପଦକ । ହଁ ଆଂଜ୍ଞା ଆପଣଙ୍କୁ ଅବିଶ୍ୱାସ ଲାଗିପାରେ ହେଲେ ଏହା ବାସ୍ତବ  । ଏପରି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ଗ୍ରେଗ ଲୁଗାନିସ୍।

ଜେଣ୍ଡର ଟେଷ୍ଟ’ରେ ବିଫଲ ହୋଇଥିବା ଦୁଇ ଜଣ ବକ୍ସରଙ୍କୁ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ମହିଳା କାଟେଗୋରୀରେ ଏଣ୍ଟ୍ରି ଦେବାକୁ ଇଣ୍ଟର ନ୍ୟାସନାଲ ଅଲିମ୍ପିକ କମିଟି (ଆଇଓସି) ର ନିଷ୍ପତ୍ତି ବିବାଦର କାରଣ ପାଲଟିଛି। ଲିଙ୍ଗ ଯୋଗ୍ୟତା ପରୀକ୍ଷାରେ ବିଫଳ ହେବା ପରେ ଆଲଜେରିଆର ଏମେନ ଖେଲିଫ ଏବଂ ତାଇୱାନର ଲିନ ୟୁ ଟିଙ୍ଗ ୨୦୨୩ ବିଶ୍ୱ ବକ୍ସିଂ ଟେଷ୍ଟ ଚାମ୍ପିୟନସିପରୁ ଅଯୋଗ୍ୟ ହୋଇଥିଲେ। ଏହା ସତ୍ତ୍ୱେ ଆଇଓସି ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଛି। ଅଧିକାଂଶ ଲୋକ ଏହି ନିଷ୍ପତ୍ତିକୁ ପସନ୍ଦ କରନ୍ତି ନାହିଁ । ଅନେକ ମହିଳା ବକ୍ସର ସେମାନଙ୍କୁ ଏହା ଅନ୍ୟାୟ ବୋଲି କହିଛନ୍ତି। କୌତୁହଳର ବିଷୟ ହେଉଛି ଯେ ଖଲିଫ ଏବଂ ଟିଙ୍ଗ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ନିଜ ନିଜ ବକ୍ସିଂ ଇଭେଣ୍ଟ ଫାଇନାଲରେ ପ୍ରବେଶ କରି ଏକ ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ପାଇଛନ୍ତି। ଅଲିମ୍ପିକ ଗେମ୍ସରେ ଏହା ପ୍ରଥମ ଥର ବିବାଦ ନୁହେଁ। ଏହାପୂର୍ବରୁ ମଧ୍ୟ ଏହି କ୍ରୀଡା ଇଭେଣ୍ଟରେ ଏଭଳି ମାମଲା ରିପୋର୍ଟ କରାଯାଇଛି।

୧୯୯୦ଦଶକରେ ଆମେରିକାର ଗ୍ରେଗ ଲୁଗାନିସ, ଜଣେ ଏଚ.ଆଇ.ଭି ପଜିଟିଭ ଆଥଲେଟ କେବଳ ଅଲିମ୍ପିକ୍ସର ଡାଇଭିଂ ଇଭେଣ୍ଟରେ ଅଂଶଗ୍ରହଣ କରିନଥିଲେ ବରଂ ଚାରିଟି ସ୍ବର୍ଣ୍ଣ ସମେତ ୫ଟି ପଦକ ଜିତିଥିଲେ। ଏଚ.ଆଇ.ଭି ପଜିଟିଭ ଯଥା ମାନବ ରୋଗ ପ୍ରତିରୋଧକ ଶକ୍ତି ଜୀବାଣୁ (Human immunodeficiency virus) ଯେ କୌଣସି ବ୍ୟକ୍ତିଙ୍କ ଟି-ସେଲ୍ସ ଗୁଡ଼ିକୁ ନଷ୍ଟ କରି ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଦିଏ, ଯାହା ଶରୀରକୁ କୌଣସି ରୋଗରୁ ମୁକ୍ତି ପାଇବା କଷ୍ଟକର କରିଥାଏ। ଏଚଆଇଭିର ଶେଷ ପର୍ଯ୍ୟାୟ ହେଉଛି ଏଡସ ଯାହା ଅତ୍ୟଧିକ ସଂକ୍ରାମକ ଅଟେ। କୋଭିଡ -୧୯ ପରି, ଏଡସ ସଂକ୍ରମଣ ମଧ୍ୟ ଏକ ସମୟରେ ବିଶ୍ୱରେ ଭୟ ସୃଷ୍ଟି କରିଥିଲା। ଏଡସ ପାଇଁ ଏକ ନିଶ୍ଚିତ ଉପଶମ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ । ଥରେ ଏଚ.ଆଇ.ଭି ସଂକ୍ରମଣ ହୋଇଗଲେ ଶରୀର ଏଥିରୁ ମୁକ୍ତି ପାଇପାରିବ ନାହିଁ। ହଁ, ଔଷଧ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରି ଜଟିଳତାକୁ ରୋକାଯାଇପାରିବ।

ତେବେ ଗ୍ରେଗ ଲୁଗାନିସ୍  ଦୁନିଆର ମହାନ ଡାଇଭରମାନଙ୍କ ମଧ୍ୟରେ ଗଣାଯାଏ | 1988 ଅଲିମ୍ପିକ୍ସରେ ତାଙ୍କର ଅଂଶଗ୍ରହଣ ପର୍ଯ୍ୟନ୍ତ, ଲୁଗାନିସ୍ ଏଚ୍.ଆଇ.ଭି ପଜିଟିଭ୍ ଥିଲେ । ଏହି ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବାବେଳେ ଲୁଗାନିସ୍  ଙ୍କ  ମୁଣ୍ଡ ଡାଇଭିଂ ପ୍ଲାଟଫର୍ମକୁ ଧକ୍କା ଦେଇଥିଲା | ଦୁର୍ଘଟଣା ପରେ ଲୁଗାନିସ୍ ଭୟରେ ଭରି ଯାଇଥିଲେ। ସେ ଭୟ କରୁଥିଲେ ଯେ ଯଦି କିଛି ବୁନ୍ଦା ରକ୍ତ ସୁଇମିଂ ପୁଲ ପାଣିରେ ପ୍ରବେଶ କରେ, ତେବେ ଅନ୍ୟ ଅଂଶଗ୍ରହଣକାରୀ ଡାଇଭରମାନେ ମଧ୍ୟ ଏଚ୍‌ଆଇଭି ସଂକ୍ରମଣର ଶିକାର ହୋଇପାରନ୍ତି।ସୌଭାଗ୍ୟବଶତଃ  ଏହା ଘଟି ନଥିଲା ଏବଂ ଏକ ‘ବଡ ଦୁର୍ଘଟଣା’ କୁ ଏଡାଇ ଦିଆଯାଇଥିଲା |

Leave a Reply

Your email address will not be published. Required fields are marked *