Pratidin TV

Odisha's Digital News Platform

ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଆଜିଠାରୁ ବସିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନତା ଦରବାର | ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିୟମିତ ଚାଲିବ ଅଭିଯୋଗର ସମୀକ୍ଷା | ସମସ୍ୟା ଶୁଣିବା ସହ ସମାଧାନ ଦିଗରେ ପଦକ୍ଷପ ନେବେ ରାଜ୍ୟ ସରକାର | ଭୁବନେଶ୍ୱର ୟୁନିଟ ୫ ରେ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ଆରମ୍ଭ ହେବାକୁ ଯାଉଛି | ଏହିଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣିବା ସହ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେବେ |

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତ୍ୟକ ଦିନ ଦିନ ୧୧ ଟାରେ ଶୁଣାଣି ଆରମ୍ଭ ଲରିବେ | ତେବେ ଏଥିପାଇଁ ସକାଳ ୯ ଟାରେ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜିକରଣ କରିବାକୁ ପଡିବ | ଅଭିଯୋଗ ପ୍ରକୋଷ୍ଠ ବାହାରେ ବ୍ୟାରିକେଡ଼ ପ୍ରସ୍ତୁତ କରାଯାଇଛି | ଦୂର ଦୂରରୁ ଆସିଥିବା ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପାନୀୟ ଜଳ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରଯାଇଛି | ଆଜିଠୁ ଶୁଣିବେ ଜନସାଧାରଙ୍କ ଅଭିଯୋଗ | ଏହାସହ ସମାଧାନର ବାଟ ନିଜେ ବାହାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ |

Leave a Reply

Your email address will not be published. Required fields are marked *