Pratidin TV

Odisha's Digital News Platform

ରାସନ ଦୋକାନୀଙ୍କ ଝିଅ ହେଲେ IPS

1 min read

କଥାରେ ଅଛି ଲକ୍ଷ୍ୟ ସ୍ଥିର ଥିଲେ ସଫଳତା ନିଶ୍ଚୟ ଭାବେ ମିଳିଥାଏ । ତେବେ ଏହାକୁ ପ୍ରମାଣ କରାଇ ଦେଖାଇଛନ୍ତି ରାଜସ୍ଥାନର ୨୩ ବର୍ଷୀୟ ଝିଅ |ସେ ହେଉଛନ୍ତି ମାହିଁ ଶର୍ମା। ଯିଏ ୟୁପିଏସ୍‌ସି ପରୀକ୍ଷାରେ ବାଜି ମାରିଛନ୍ତି | ନିଜର ଦ୍ଵିତୀୟ ପ୍ରୟାସରେ ମାହି କୃତକାର୍ଯ୍ୟ ହୋଇଛନ୍ତି । ସେ ୧୦୬ ରାଙ୍କ ହାସଲ କରି IPS ହେବାକୁ ଯାଉଛନ୍ତି I ମାହିଙ୍କ ଘର ଧାର ଜିଲ୍ଲା ରାଜଗଡ଼ ସହର ସରଦାରପୁର ତହସିଲରେ ଥିବା ରାଜେନ୍ଦ୍ର କଲୋନୀରେ ଅଟେ । ଗତ କିଛି ବର୍ଷ ହେଲା ସେ ୟୁପିଏସ୍‌ସି ପରୀକ୍ଷା ଲାଗି ପ୍ରସ୍ତୁତି ହେଉଥିଲେ । ପ୍ରଥମ ପ୍ରୟାସରେ ତାଙ୍କୁ ସନ୍ତୋଷଜନକ ପରିଣାମ ମିଳିନଥିଲା । ତେବେ ହାର ମାନିନଥିଲେ ଆଉ ଭାଙ୍ଗି ନ ପଡି ପୁଣି ଥରେ ମନଯୋଗ ସହିତ ପ୍ରସ୍ତୁତିରେ ଲାଗିପଡ଼ିଥିଲେ । ଓ ତାଙ୍କୁ ଦ୍ୱିତୀୟ ପ୍ରୟାସରେ ମିଳିଗଲା ସଫଳତା ।

କହିବାକୁ ଗଲେ ତାଙ୍କ ସଫଳତା ପଛରେ ନିଜ ବାପା, ମା’, ଶିକ୍ଷକଙ୍କ ହାତ ଥିବା ମାହି କହିଛନ୍ତି | ତେବେ ଦ୍ବାଦଶ ଶ୍ରେଣୀ ପାଠ ପଢ଼ୁଥିବା ସମୟରେ ୟୁପିଏସ୍‌ସ ପରୀକ୍ଷା ଲାଗି ସ୍ବପ୍ନ ଦେଖିଥିଲେ | ତେବେ ତାଙ୍କର ଲଗାତର ମାର୍ଗଦର୍ଶନ ଯୋଗୁ ହଁ ଆଜି ସେ ଏକ ଛୋଟ ଗାଁରୁ ବାହାରି ଏହି ସଫଳତା ହାସଲ କରିଛନ୍ତି । କହିବାକୁ ଗଲେ ମାହିଙ୍କ ବାପାଙ୍କର ଏକ ସଉଦା ଦୋକାନ ଅଛି । ରାସନ ବିକ୍ରି କରି ସେ ଯାହା ୨ ପଇସା ରୋଜଗାର କରନ୍ତି ସେଥିରେ ଘର ଚାଲିଥାଏ | ଓ ଷଷ୍ଠୀରେ ଝିଅକୁ ପଢାଇ ଶେଷରେ ବାପା ବନାଇଛନ୍ତି IPS ଅଫିସର | ତାଙ୍କ ମା ଜଣେ ଗୃହିଣୀ ଅଟନ୍ତି | ତେବେ ବାପା ଦେଖିଥିବା ସ୍ୱପ୍ନକୁ ଝିଅ ଆଜି ପୁରା କରିଛି | ଆଉ ବନିଯାଇଛି IPS ଅଫିସର |

Advertisement

Leave a Reply

Your email address will not be published. Required fields are marked *