Pratidin TV

Odisha's Digital News Platform

(ଭିଡିଓ)ପ୍ରସେସନ ସମୟରେ ବରଯାତ୍ରୀଙ୍କ ଉପରେ ଚଢିଗଲା ବର ଗାଡି, ଘଟଣା ସ୍ଥଳରେ ୧ ମୃତ ଓ ୧୧ ଗୁରୁତର ଆହତ ..


ବଲାଙ୍ଗିର : ବ୍ୟାଣ୍ଡ ବାଜା ଓ ଡିଜେର ତାଳେ ତାଳେ ଝୁମୁଥିଲେ ବରଯାତ୍ରୀ । ହଠାତ୍ ଏଭଳି ମାଡିଆସିଲା କାଳ । ଆଉ କିଛି ସେକେଣ୍ଡରେ ହସଖୁସିର ମାହୋଲ ଶୋାକକୂଳ ପରିବେଶରେ ବଦଳି ଗଲା ।

ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ମହାରାପଦର ପଞ୍ଚାୟତ ବାଘଝରନ ଗ୍ରାମରେ ଗତକାଲି ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ଗ୍ରାମର ହୁତାଶନ ବରିହା ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ବରବେଶରେ ବୈଦିକ ରୀତିନୀତି ଅନୁସାରେ ଗ୍ରାମଦେବା ଦେବୀଙ୍କୁ ପୂଜାଅର୍ଚ୍ଚନା କରି ବାଜାବାଣ, ହୁଳହୁଳି ଦେଇ ହୀର୍ଲି ଗ୍ରାମର କନ୍ୟା ଘରକୁ ବରଯାତ୍ରୀ ଧରି ବାହାରିଥିଲେ ।ଗ୍ରାମରେ ବାଜାବାଜି ବର କନ୍ୟଘରକୁ ଯିବାପାଇଁ ଗାଁରେ ପ୍ରଶେସନ ଚାଲୁଥାଏ। ହେଲେ ବର ଯିବାପାଇଁ ସଜବାଜ ହୋଇଥିବା କାରରେ ବର ବସିବା ପୂର୍ବରୁ ଘଟିଯାଇଥିଲା ଏକ ବଡ଼ ଅଘଟଣା। ବରଯାତ୍ରୀ ନାଚୁଥିବା ସମୟରେ କାରଟି ହଠାତ୍ ଦ୍ରୁତଗତିରେ ମାଡିଯାଇଥିଲା କାର ଫଳରେ ୧୧ଲୋକ ଗୁରୁତର ହୋଇ ଯାଇଥିଲେ।

ଏହା ସହ ଚିକିତ୍ସାଧିନ ଅବସ୍ଥାରେ ରାଜା ବରିହା ନାମକ ଜଣେ ବ୍ୟକ୍ତିଙ୍କୁ ଖପ୍ରାଖୋଲ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମୃତ ଘୋଷଣା କରିଥିଲେ। ବାକିଥିବା ଗୁରୁତର ଆକାଶବରିହା , ଗୁଡୁବରିହା, ଜୁନେନ୍ବରିହା ଓ ଅନ୍ୟମାନଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ପାଟଣାଗଡ ଓ ବଲାଙ୍ଗିର ମୁଖ୍ୟା ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା।ଏହାସହ ଖପ୍ରାଖୋଲ ପୋଲିସ ମୃତ ଶବକୁ ଜବତ କରି ଗାଡିଚାଳକ ଦୁର୍ୟୋଧନନାଗଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *