Pratidin TV

Odisha's Digital News Platform

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ଗାଡ଼ି

1 min read

ଓଲଟିଲା ବରଯାତ୍ରୀ ଗାଡି | ବରଯାତ୍ରୀ ଗାଡ଼ି ଫେରୁଥିବା ବେଳେ ବଭାରସମ୍ୟ ହରାଇ ଓଲଟିପଡିଥିଲା | ୧୫ ରୁ ଉର୍ଦ୍ଧ୍ବ ବରଯାତ୍ରୀ ହୋଇଥିଲା ଆହତ | ପୋଲିସ ଜଘଟଣାସ୍ଥଳେ ପହଞ୍ଚି ସମସ୍ତ ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ପଠାଇଥିଲା |

ତେବେ ସୂଚନା ଅନୁସାରେ ଣାଇ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ କୁଲୁକୁତା ଘାଟିରେ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିଥିଲା | ୧୫ ରୁ ଉର୍ଦ୍ଧ୍ବ ବରଯାତ୍ରୀ ହୋଇଥିଲା ଆହତ | ଗତକାଲି ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ବାଲିଆ କଂସର ଗ୍ରାମରୁ ଏକ ବରଯାତ୍ରୀ ଦଳ ବୋଲେରୋ ପିକ ଅପ ଗାଡ଼ି ନମ୍ବର ଓଡ଼ି ୧୪ ଭି – ୩୮୮୦ ଯୋଗେ ଲଇମୁରା ସର୍ଗିଡ଼ିହି ଗ୍ରାମକୁ ଆସି ଅପରାହ୍ନ ୫ ଘଟିକା ସମୟରେ ଫେରୁଥିଲା | ପରେ କୁଲୁକୁତା ଘାଟି ବୁଲାଣୀ ରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଗାଡ଼ିରେ ବସିଥିବା ସମସ୍ତ ଲୋକେ ତଳେ ଛିଟିକି ହୋଇ ଗୁରୁତର ଅବସ୍ଥାରେ ପଡିରହିଥିଲେ | ସ୍ଥାନୀୟ ଲୋକେ ଖବର ପାଇ ପୋଲିସ କୁ ଖବର ଦେବା ପରେ ଟିକାୟତପାଲି ପୋଲିସ ଘଟଣାସ୍ଥଳରେ ଆହତ ବ୍ୟକ୍ତିଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସରସରା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସାମାନ୍ୟ ଆହତ ଥିବା ଲୋକଙ୍କୁ ଛାଡ଼ି ଦେଇଥିବା ବେଳେ ଗୁରୁତରଙ୍କୁ ବଣାଇ ସରକାରୀ ଡାକ୍ତରଖାନା ଭର୍ତ୍ତି କରିଥିବା ଜଣାପଡିଛି।

Advertisement

Leave a Reply

Your email address will not be published. Required fields are marked *