Pratidin TV

Odisha's Digital News Platform

ପୁତୁରା ବାହାଘରରେ ପୋଲିସ ନେଇ ପହଞ୍ଚିଗଲା ଖୁଡୀ,କହିଲା ଇଏ ହେଉଛି ମୋ ସ୍ୱାମୀ..

ଚାଲିଥିଲା ପୁତୁରାର ବାହାଘର । ଘର ଲୋକେ ସମସ୍ତେ ଖୁସିର ମସଗୁଲ ଥିଲେ । ଏପଟେ ସାହାନାଇ ବାଜୁଥିଲା । ଡିଜେ ଡ୍ୟାନ୍ସ କରୁଥିଲେ ବରଯାତ୍ରୀ । ଠିକ୍ ସେତିକିବେଳେ ପୋଲିସ ଧରି ପହଞ୍ଚି ଗଲା ଖୁଡୀ । ଆଉ ଏମିତି କିଛି କହିଲା ଯାହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ପୋଲିସ୍ ଆଗରେ ସମସ୍ତଙ୍କ ସାମ୍ନାରେ ପୁତୁରାକୁ ନିଜ ସ୍ୱାମୀ କହିଲା ଖୁଡୀ । ଏପରି ଏକ ଅଜବ ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଖୁସିର ସହ ବରଯାତ୍ରୀ ଧରି ବାହାରିଥିଲା ବର । ଆଉ ସପଟେ କନିଆଁ ସାଜି ବରକୁ ଅପେକ୍ଷା କରିଥିଲା ଝିଅ । ଆଉ କିଛି ଘଣ୍ଟା ପରେ ହାତଗଣ୍ଠି ପଡ଼ିଥାନ୍ତା ଆଉ ବିବାହ ହୋଇଥାନ୍ତା । କିନ୍ତୁ ସବୁ ବିଗାଡ଼ି ଦେଲେ ଖୁଡ଼ୀ । ପୋଲିସ ଧରି ଆସିବା ସହ କହିଥିଲେ କି ସେ ବର ହେଉଛନ୍ତି ମୋ ସ୍ୱାମୀ । ଆମର ଗୋଟିଏ ସନ୍ତାନ ମଧ୍ୟ ଅଛି ।

ଏହାପରେ କନ୍ୟାଘରେ ପହଞ୍ଚିବାକୁ ଯାଉଥିବା ବର ସିଧା ଥାନାରେ ଯାଇ ପହଞ୍ଚିଛି । ଉତ୍ତରପ୍ରଦେଶର ଫିରୋଜାବାଦରୁ ଆସିଛି ଏଭଳି ଅଭିଯୋଗ । ସୂଚନା ମୁତାବକ, ମହିଳା ଜଣକ ବରଙ୍କ ଦାଦାଙ୍କୁ ପୂର୍ବରୁ ବିବାହ କରିଥିଲେ । ସେମାନଙ୍କ ତିନି ସନ୍ତାନ ମଧ୍ୟ ରହିଛନ୍ତି । ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ପରେ ଖୁଡ଼ୀ ଯାଇ ବାହାରେ ରହୁଥିଲେ । ଟ୍ରକ ଚଲାଉଥିବା ପୁତୁରା ମଝିରେ ମଝିରେ ଖୁଡ଼ୀଙ୍କ ପାଖକୁ ଯାଉଥିଲେ । ଏମିତି ଯିବା ଆସିବା ଭିତରେ ଉଭୟଙ୍କ ଭିତରେ ପ୍ରେମ ହୋଇଥିଲା । ପ୍ରେମ ପରେ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା । ପରେ ଉଭୟ ମନ୍ଦିରରେ ଯାଇ ବିବାହ କରିଥିଲେ । ସେମାନଙ୍କ ଗୋଟିଏ ସନ୍ତାନ ମଧ୍ୟ ରହିଛି । କିନ୍ତୁ ଯୁବକ ଜଣ ତାଙ୍କୁ ଛାଡ଼ି ଏବେ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିବାବେଳେ ପୋଲିସ ନେଇ ପହଞ୍ଚିଥିଲେ ମହିଳା । ଆଉ ପୋଲିସ ଉଭୟଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

Leave a Reply

Your email address will not be published. Required fields are marked *