Pratidin TV

Odisha's Digital News Platform

ଆଶ୍ଚର୍ଯ୍ୟ ! କାର୍ ବଦଳରେ JCB ଗାଡ଼ିରେ ବସି ବାହାହେବାକୁ ଆସିଲା ବର, ଭାଇରାଲ ହେଉଛି ଭିଡିଓ ….

1 min read

ବୌଦ୍ଧ : ଆପଣ ମାନେ ଅନେକ ବିବାହ ପାଇଁ ବରଯତ୍ରୀ ଦେଖିଥିବେ । କିଏ କାର ଗାଡିକୁ ଫୁଲ ପୁଷ୍ପରେ ସୁସଜ୍ଜିତ କରି ଵିଵାହ ପାଇଁ ଯାଇଥାଏ ତ ଆଉ କିଏ ବଳଦ ଗାଡ଼ିରେ ଯାଇଥାଏ ତ ଆଉ କିଏ ଘୋଡ଼ା ଗାଡ଼ିରେ ବିବାହ ପାଇଁ ଯାଇଥାନ୍ତି । ହେଲେ ଆମେ ଏମିତି ଏକ ବରଯାତ୍ରୀ ଦେଖାଇବୁ ଆପଣ ଦେଖିଲେ ତାଯୁବ ହୋଇଯିବେ ।

ବୌଦ୍ଧ ଜିଲ୍ଲା ଛତରଙ୍ଗ ଗ୍ରାମର ଜଣେ ଯୁବକ ନୟାଗଡ଼ ଜିଲ୍ଲାର ଖଣ୍ଡପଡା ବ୍ଲକ କିଆଝର ଗ୍ରାମକୁ ବିବାହ କରିବାକୁ ଯାଇଥିଲେ । ବଡ଼ ଆଶ୍ଚର୍ଯ୍ୟର କଥା ଯେ ବର ଏଠି କାର କି ଘୋଡ଼ାଗାଡି ନୁହେଁ ବରଂ ଜେସିବରେ ବସି କନ୍ୟାଘର କୁ ବାହାହେବା ପାଇଁ ଯାଇଥିଲେ ବର । ଏଭଳି ନିଆରା ଦୃଶ୍ୟକୁ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।

Advertisement

Leave a Reply

Your email address will not be published. Required fields are marked *