Pratidin TV

Odisha's Digital News Platform

(ଭିଡିଓ)ଚର୍ଚ୍ଚାରେ କେନ୍ଦ୍ରାପଡାର ନିଆରା ବାହାଘର ; ବରଯାତ୍ରୀ ଧରି ସାଇକେଲରେ ଆସିଲା ବର …

1 min read

କେନ୍ଦ୍ରାପଡ଼ା : ନିଜ ବିବାହକୁ ନେଇ ସମସ୍ତଙ୍କ ମନରେ ଅନେକ ସ୍ୱପ୍ନଥାଏ । ବାହାଘରରେ ବାଣ,ବାଜା ,ଡିଜେ,ବରଗାଡିଠୁ ଆରମ୍ଭ କରି ସୁଟିଂ , ବିଭିନ୍ନ ଫଙ୍କସନ୍ ପର୍ଯ୍ୟନ୍ତ ବର କନ୍ୟା ଉଭୟଙ୍କ ମନରେ ଅଶୁମାରି ଆଶା ଥାଏ । କିନ୍ତୁ ନିକଟରେ ଜଣେ ଏମିତି ନିଆରା ବାହାଘର ଦେଖିବାକୁ ମିଳିଛି ଯେଉଁଥିରେ ନା ବାଣ ନା ବାଜା ନା ଡିଜେ ନା ବରଗାଡି ଅଛି । ବରଂ ବର ନିଜେ ସାଇକେଲ ଧରିବା ସହ ବରଯାତ୍ରୀମାନେ ମଧ୍ୟ ସାଇକେଲରେ ଆସିଛନ୍ତି । ତାସହ ସେମାନେ କନ୍ୟା ଘରକୁ ଆସିବା ସମୟରେ ବାଟସାରା ଗଛ ବାଣ୍ଟି ବାଣ୍ଟି ଆସିଛନ୍ତି ଯାହାକୁ ନେଇ ସାରା ରାଜ୍ୟରେ ଏବେ ଏହି ବାହାଘର ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଚାଲନ୍ତୁ ଜାଣିବା ଏହି ନିଆରା ବାହାଘରଟି କେଉଁଠି ଓ କେମିତି ହୋଇଛି ।

ବାହାହେବା ପାଇଁ ବର ବେଶରେ ସଜାଇ ହୋଇ ବିନା ବାଣ ରୋଷଣୀରେ ସାଇକେଲ ଚଲାଇ ଚଳାଇ ଆସି କନ୍ୟା ଘରେ ପହଞ୍ଚିଥିଲେ କେନ୍ଦ୍ରାପଡ଼ା ଜିଲ୍ଲା କନ୍ତିଆ ଗ୍ରାମର ଯୁବକ ରାକେଶ । ପେଶାରେ ସେ ଜଣେ ଶିକ୍ଷକ । ତେବେରାକେଶ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଅଞ୍ଚଳ କୁସୁନପୁର ଗାଁର ରବୀନ୍ଦ୍ର ବାରିକଙ୍କ କନିଷ୍ଠ କନ୍ୟା ଭାଦ୍ରବିକୁ ବାହା ହେବା ପାଁଇ ସାଇକେଲ ଧରି ନିଆରା ଢଙ୍ଗରେ ଝିଅ ଘର ଗାଁରେ ପଂହଁଚିଥିଲେ ।

Advertisement

ବର ସହିତ ଡିଜେ ଗାଡି ପରିବର୍ତ୍ତେ ଥିଲା ଗଛ ଭର୍ତି ଏକ ଅଟୋଗାଡି ଆଉ ବର ନିଜେ ଗ୍ରାମବାସୀ ମାନଙ୍କୁ ବାଣ୍ଟି ଚାଲିଥିଲେ ଗୋଟିଏ ଗୋଟିଏ ଗଛ । ରାକେଶ ପରିବେଶକୁ କ୍ଷତି ନ ପଂହଁଚେଇବା ଲକ୍ଷରେ ଏମିତି କରିଛନ୍ତି ବୋଲି କହିଛନ୍ତି । ଡିଜେ,ବାଣକୁ ନବ୍ୟବହାର କରି ପାରମ୍ପରିକ ବାଦ୍ୟ ବଜାଇ ବାହା ହୋଇଛନ୍ତି ସେ । ସାଇକେଲରେ ପ୍ଲା କାର୍ଡ ଲଗାଇ ପରିବେଶକୁ କିପରି ସୁସ୍ଥ ରଖିପାରିବା ସେ ବିଷୟରେ ଲୋକମାନଙ୍କୁ ସଚେତନତା ବାର୍ତ୍ତା ମଧ୍ୟ ଦେଇଥିଲେ । ଆଜିର ଯୁବ ପିଢ଼ି ଅତ୍ୟାଧୁନିକ ବାଣ,ଡିଜେ,ଲାଇଟ ଆଉ ଦାମୀ କାରରେ ବର ହେଇ ଆସି ବାହାହେବାକୁ ପସନ୍ଦ କରୁଥିବା ବେଳେ ରାକେଶଙ୍କ ଏପରି ନିଆରା ଚିନ୍ତାଧାରା କୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ । ଏପରି ଏକ ନିରାଡ଼ମ୍ବର ନିଆରା ବାହାଘରକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରେ ଚର୍ଚ୍ଚା ଜୋର ଧରିଛି । ଏନେଇ କଣ କହୁଛନ୍ତି ବର,କନ୍ୟା,କନ୍ୟାଙ୍କ ବାପା ଆଉ ବରଙ୍କ ସାଙ୍ଗ ଆସନ୍ତୁ ଶୁଣିବା…

Leave a Reply

Your email address will not be published. Required fields are marked *