ଭୁବନେଶ୍ୱର ଏୟାରପୋଟରୁ କୁଆଡେ ଯାଉଥିଲା ୩୫ କୋଟିର ସୁନା-ରୂପା ? ଧରିଲା ଜିଏସ୍ଟି ବିଭାଗ ।
1 min readବିମାନ ବନ୍ଦରରୁ କୁଆଡେ ଯାଉଥିଲା କୋଟି କୋଟି ଟଙ୍କାର ସୁନା । ମାଡିବସିଲା ଜିଏସଟି ବିଭାଗ । ମିଳିଥିବା ସୂଚନା ଅନୁଯାୟୀ ଆଜି ଭୁବନେଶ୍ବର ଏୟାରପୋର୍ଟରୁ ଜବତ ହୋଇଛି ବିପୁଳ ସୁନା ଓ ରୂପା । ଚାଲାଣ ବେଳେ ଚଢାଉ କରି ଜବତ କଲା ସିଟି ଜିଏସଟି ବିଭାଗ ।
ଦୁଇଟି କଣ୍ଟେନରେ ବୋଝେଇ ହୋଇ ଚାଲାଣ ହେଉଥିଲା ସୁନା-ରୂପା । ପାଖାପାଖି ୮୦ କେଜି ସୁନା ଓ ଦେଢ କ୍ବିଣ୍ଟାଲ ରୁପା ଜବତ ହୋଇଥିବା ସୂଚନା ରହିଛି । ଏହାର ଆନୁମାନିକ ମୂଲ୍ୟ ୩୦ କୋଟିରୁ ଊର୍ଦ୍ଧ୍ବ ହେବ ।
ସେହିପରି ଜବତ ରୂପାର ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ତେବେ ଗାଡିରେ ଏତେ ପରିମାଣର ସୁନା ଓ ରୁପା କେଉଁଠୁ ଆସିଲା ଓ ଏୟାରପୋର୍ଟକୁ ଏ ଗାଡି କିପରି ଆସିଲା ସେନେଇ ଛାନଭିନ ଚାଲିଛି ।