Pratidin TV

Odisha's Digital News Platform

ଜି.ଏସ୍.ଟି ଠକେଇର ପର୍ଦାଫାଶ କଲା ଜି.ଏସ୍.ଟି ଟିମ୍ , ବର୍ଷକୁ ପ୍ରାୟ ୭୦ କୋଟିର ..

କଟକ : ରାଜ୍ୟରେ ପୁଣି ଏକ ଜି.ଏସ୍.ଟି ଠକେଇର ପର୍ଦାଫାଶ କଲା ଜି.ଏସ୍.ଟି । ତାଳଚେରର ରୋଡ ୱେଜ ଏବଂ ଅନୁଗୁଳର ବି ବି ଟ୍ରେଡ଼ର୍ସ ନାମକ ଦୁଇଟି ଫାର୍ମର ୪ ଟି ଠିକଣା ଉପରେ ଜି.ଏସ୍.ଟି ରେଡ଼ କରିଛି । ଏହି ଦୁଇଟି ଫାର୍ମରୁ ରେଡ ସମୟରେ ୬ ଟା କମ୍ପାନୀର ରବର ଷ୍ଟାମ୍ପ ସହ ବ୍ଲାଙ୍କ ଚେକ, ଲେଟର ହେଡ଼ ଓ ଟାକ୍ସ ଇନ ଭଏସକୁ ଜବତ କରାଯାଇଛି. ଉଭୟ ଫାର୍ମ ଦୁଇଟି ଭିର୍ଣ୍ଣ ଭିର୍ନ୍ନ ପରିବାର ଦ୍ୱାରା ପରିଚାଳିତ ହେଉ ଥିଲା ଏବଂ ଗତକାଲି ଜି.ଏସ୍.ଟି ର ୨୫ ଜଣିଆ ଟିମ ରେଡ କରିଥିଲା. ଏହି ଦୁଇ ଫାର୍ମ ବର୍ଷକୁ ପ୍ରାୟ ୭୦ କୋଟି ଟଙ୍କାର କାରବାର କରୁଥିବା ବେଳେ କୋଟି କୋଟି ଟଙ୍କାର ଟିକସ ଫାଙ୍କି କରିଥିବା ସନ୍ଦେହ କରୁଛି ଏଝଞ । ରେଡ଼ ନେଇ ସୂଚନା ଦେଉଛନ୍ତି ଜି.ଏସ୍.ଟି ଅଧିକାରୀ ।

Leave a Reply

Your email address will not be published. Required fields are marked *