ଇନଫୋସିସ ଉପରେ ୩୨ ହଜାର କୋଟି GST’ଫାଙ୍କିବା ଅଭିଯୋଗ , GST ଇଣ୍ଟେଲିଜେନ୍ସି କରୁଛନ୍ତି ଯାଞ୍ଚ ..
1 min readଅଡୁଆରେ ଆଇଟି କମ୍ପାନୀ ଇନଫୋସିସ୍ । ଦେଶର ଦ୍ଵିତୀୟ ଆଇଟି କମ୍ପାନୀ ଇନଫୋସିସ କୁ ମିଳିଛି GST’ନୋଟିସ । ୩୨ ହଜାର କୋଟି ଟଙ୍କା ଜିଏସ୍ଟି ଛାଡ ଅଭିଯୋଗରେ ଟ୍ୟାକ୍ସ ବିଭାଗ ଇନଫୋସିସକୁ ନୋଟିସ ପଠାଯାଇଛି । ଯାହା ଏବେ କର୍ପୋରେଟ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି । GST’ଫାଙ୍କିବାର ଏହି ମାମଲା ୨୦୧୭ ମସିହାରୁ ୨୦୨୨ ମସିହା ମଧ୍ୟରେ ଘଟିଥିବା ନେଇ ଜିଏସଟି ଇନଣ୍ଟେଲଜିନ୍ସ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ କମ୍ପାନୀ ଉକ୍ତ ସମୟରେ ନିଜ ବିଦେଶୀ ଶାହାରୁ ପ୍ରାପ୍ତ କରିଥିବା ସେବା ଉପରେ କୌଣସି ଜିଏସଟି ପ୍ରଦାନ କରିନାହିଁ ବୋଲି କୁହାଯାଇଛି ।
ଇନଫୋସିସ ୩୨,୪୦୩ କୋଟି ଟଙ୍କାର GST ଫାଙ୍କିଥିବା ଅଭିଯୋଗ ହୋଇଛି। ତେବେ ଏହି ନୋଟିସର ଜବାବ ଦେଇଛି ଇନଫୋସିସ୍ ।କମ୍ପାନୀ କହିଛି ଯେ ନିୟମ ଅନୁଯାୟୀ ଏଭଳି ଖର୍ଚ୍ଚ ଉପରେ ଜିଏସ୍ଟି ପ୍ରଯୁଜ୍ୟ ନୁହେଁ। ଜିଏସ୍ଟି ପରିଷଦର ସୁପାରିଶ ଅନୁଯାୟୀ ସେଣ୍ଟ୍ରାଲ ବୋର୍ଡ ଅଫ୍ ପରୋକ୍ଷ ଟିକସ ଏବଂ କଷ୍ଟମ୍ସ (ସିବିଡିଟି) ର ଏକ ସର୍କୁଲାରରେ ଦର୍ଶାଯାଇଛି ଯେ ଭାରତୀୟ ୟୁନିଟ୍କୁ ବିଦେଶୀ ଶାଖା ଦ୍ୱାରା ପ୍ରଦାନ କରାଯାଉଥିବା ସେବା ଜିଏସ୍ଟି ଅଧୀନରେ ନାହିଁ। କମ୍ପାନୀ ଏହାର ସମସ୍ତ ଜିଏସ୍ଟି ଦେୟ ପ୍ରଦାନ କରିଛି। ଏହି ପ୍ରସଙ୍ଗରେ କେନ୍ଦ୍ରୀୟ ଏବଂ ରାଜ୍ୟ ନିୟମ ସଠିକ୍ ଭାବରେ ପାଳନ କରାଯାଉଛି।