Pratidin TV

Odisha's Digital News Platform

ମା ତାରିଣୀ-ଅମ୍ବିକା ବସ୍ତ୍ରାଳୟରେ GST ଚଢ଼ାଉ , ଏକକାଳୀନ ୮ ଟି ସ୍ଥାନରେ ରେଡ୍ ….

ମୟୁରଭଞ୍ଜ : ବାରିପଦା ସହର ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ଉପରେ ଜିଏଷ୍ଟି ବିଭାଗର ଚଢ଼ାଉ । ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ବାଣିଜ୍ୟକର ବିଭାଗ ପକ୍ଷରୁ ବାରିପଦା ସହରର ଜନୈକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଉପରେ ଜିଏସଟି ଚଢ଼ାଉ ହୋଇଛି।

ସହରରର ଜଣାଶୁଣା ଲୁଗା ବ୍ୟବସାୟୀ ଅମ୍ବିକା ଶାଢ଼ୀ ହାଉସର ମାଲିକଙ୍କ ଘର ସମେତ ୮ଟି ସ୍ଥାନରେ ଏକସଙ୍ଗେ ଜିଏସଟି ଚଢ଼ାଉ ଜାରି ରହିଛି ବୋଲି ମୟୂରଭଞ୍ଜ ଜିଲ୍ଲା ଜିଏସଟି ଡେପୁଟି କମିଶନର କୁଳମଣି ମଲ୍ଲିକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। ସମ୍ପୃକ୍ତ ଲୁଗା ବ୍ୟବସାୟୀଙ୍କ ବାରିପଦା ସହରରେ ଥିବା ୪ଟି ଲୁଗା ଦୋକାନ ଯଥା ମା ଅମ୍ବିକା ଶାଢ଼ୀ ହାଉସ, ଷ୍ଟେସନ ରୋଡ ପାଖ ମା ତାରିଣୀ ବସ୍ତ୍ରାଳୟ, ମହୁଲିଆ ସ୍ଥିତ ପେଟ୍ରୋଲ ପମ୍ପ, କାଳିକାପୁରରେ ଥିବା କଲ୍ୟାଣ ମଣ୍ଡପ, ତୁଲସିଚୌରା ଅଟୋପାର୍ଟସ ଦୋକାନ ଏବଂ ତୁଲସିଚୌରା ନିଜ ବାସଗୃହ ସମେତ ୮ ଟି ସ୍ଥାନରେ ଏକା ସାଙ୍ଗରେ ତଦନ୍ତ ଆରମ୍ଭ ହୋଇଛି।

ଏଥିରେ ମୟୁରଭଞ୍ଜ ଓ ବାଲେଶ୍ଵର ଜିଏସଟି ବିଭାଗର ୨୦ ଜଣିଆ ଅଧିକାରୀ ଏବଂ ସୁରକ୍ଷା ପାଇଁ ପୋଲିସ କର୍ମଚାରୀ ଉକ୍ତ ଚଢ଼ାଉରେ ସାମିଲ ରହିଥିବା ନେଇ ମୟୂରଭଞ୍ଜ ଜିଏଷ୍ଟି ବିଭାଗର ଡେପୁଟି କମିଶନର କୁଳମଣି ମଲ୍ଲିକ ବିସ୍ତୃତ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *