Pratidin TV

Odisha's Digital News Platform

ହିମାଚଳ ଟ୍ରେଡ଼ର୍ସରେ ଜିଏସଟି ଚଢ଼ାଉ ….

1 min read

ସମ୍ବଲପୁର ; ସମ୍ବଲପୁରରେ ଜିଏସଟି ଚଢାଉ । ସିଟି ଜିଏସଟି ପକ୍ଷରୁ ଏହି ରେଡ କରାଯାଇଥିବା ସୂଚନା ମିଳିଛି । ଜିଏସଟି ଠକେଇ ଅଭିଯୋଗରେ ଏହି ରେଡ କରାଯାଇଥିବା ଜଣାପଡିଛି । ବୁଢାରଜା ସ୍ଥିତ ଏକ ଇଲେକ୍ଟ୍ରି ଦୋକାନ ଓ ଗୋଦାମ ଏବଂ ଘରେ ଏହି ଜିଏସଟି ରେଡ଼ ହୋଇଛି । ହିମାଚଳ ଟ୍ରେଡ଼ର୍ସ ଦୋକାନରେ ଏହି ରେଡ କରାଯାଉଛି ।

ଗୋଦାମ ଓ ଘର ସମେତ ୩ ଟି ସ୍ଥାନରେ ୩ ଟି ଟିମ ଚଢାଉ କରିଛନ୍ତି । ତେବେ ବର୍ତ୍ତମାନ ଚଢାଉରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ମଧ୍ୟ କରାଯାଇଛି । ସେପଟେ ଏହି ଗୋଦାମ ମାଲିକଙ୍କ ନାମରେ ଜିଏସଟି ଫାଙ୍କିବା ଅଭିଯୋଗ ହୋଇଥିଲା । ତାକୁ ଭିତ୍ତି କରି ଏହି ରେଡ କରାଯାଉଥିବା ଜିଏସଟି ଡେପୁଟି କମିଶନର ଆଜି ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *