ଆପଣଙ୍କ ବ୍ଲଡ ସୁଗାର କଣ୍ଟ୍ରୋଲ କରିବ ପିଜୁଳି ପତ୍ର , ଆଉ ଖାଇବାକୁ ପଡିବନି ଔଷଧ …
1 min readଭୁବନେଶ୍ୱର ; ୨୦୨୧ର ସର୍ଭେ ଅନୁଯାୟୀ ଭାରତର ୧୪୧ କୋଟି ଲୋକଙ୍କ ମଧ୍ୟରୁ ୧୦୧ କୋଟି ଲୋକ ଡାଇବେଟିକ୍ରେ ଆକ୍ରାନ୍ତ । ଏହା ଏପରି ଏକ ରୋଗ ଯାହା ହେବା ଦ୍ୱାରା ରୋଗୀର ଚିନ୍ତାକୁ ବଢାଇଦେଇଥାଏ । ଏବଂ ଏହି ଚିନ୍ତା ହିଁ ତା ରୋଗର ମୂଳ କାରଣ । ଡାଇବେଟିକ୍ ରୋଗୀ ମାନେ ମୁଖ୍ୟତ ନିଜ ନିଜ ଖାଦ୍ୟ ଓ ଔଷଧରେ ନିୟନ୍ତ୍ରଣ ରଖିବା କଥା । କାରଣ ଏହି ରୋଗୀମାନଙ୍କ ଖାଦ୍ୟ ଓ ଔଷଧରେ ସଠିକ୍ ନିୟନ୍ତ୍ରଣ ନ ରହିଲେ ଏହି ରୋଗ ହଠାତ୍ ବଢିଥାଏ । ଯାହା ଦ୍ୱାରା ରୋଗୀ ଗୁରୁତର ହେବାର ଦେଖାଯାଏ । ତେଣୁ ଏହି ରୋଗରେ ଡାଏଟ ସଠିକ୍ ହେଲେ ଔଷଧ ମଧ୍ୟ କାମ କରିବ । ଏହା ବ୍ୟାତୀତ ହାଇ ବ୍ଲଡ ସୁଗାରକୁ ମଧ୍ୟ କେତେକ ପ୍ରାକୃତିକ ଉପାୟରେ ନିୟନ୍ତ୍ରଣ କରାଯାଇ ପାରିବ । କେତେକ ପ୍ରାକୃତି ଉପଚାର ଏତେ ପ୍ରଭାବଶାଳୀ ହୋଇଥାଏ ଯେ ଏହାକୁ ନିୟମିତ ବ୍ୟବହୃତ କଲେ ରକ୍ତରେ ଶର୍କରା ସ୍ତର ନଜାର ରହିଥାଏ ।
ପିଜୁଳି ପତ୍ର – ପ୍ରାକୃତିକ ଉପାୟଗୁଡିକ ଭିତରୁ ପିଜୁଳି ପତ୍ର ଏହ ଉତ୍ତମ ଉପଶମ । ଏହା ଠିକ୍ ଭାବରେ ନିୟମିତ ସେବନ କରିବା ଦ୍ୱାରା ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିଥାଏ ।
କିଭଳି ଖାଇବେ– ଡାଇବେଟିକ୍ ରୋଗୀ ମାନେ ସକାଳୁ ଉଠି ପ୍ରଥମେ ମଣ୍ଣିଂ ୱାର୍କ ଯିବାକୁ ଚେଷ୍ଟା କରନ୍ତୁ । ସେଠାରୁ ଫେରି ୩ ରୁ ୪ ଟି କଅଁଳିଆ ପିଜୁଳି ପତ୍ରକୁ ଚୋବାଇ ଖାଆନ୍ତୁ ।
ଡ଼ାକ୍ତରଙ୍କ ପରାମର୍ଶ ନିହାତି ନେବେ – ତେବେ ଡାଇବେଟିକ୍ ଭଳି ରୋଗ ପାଇଁ ଡ଼ାକ୍ତରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ଔଷଧକୁ ଠିକ୍ ସମୟରେ ଗ୍ରହଣ କରନ୍ତୁ । ଏହା ସହ ନିଜ ଖାଦ୍ୟ ଉପରେ ନିୟନ୍ତ୍ରଣ କରନ୍ତୁ । ଆଉ ପିଜୁଳି ପତ୍ର ଖାଇବା ପୂର୍ବରୁ ଡ଼ାକ୍ତର ପରାମର୍ଶ ନିହାତି କରନ୍ତୁ ।