Pratidin TV

Odisha's Digital News Platform

ସୁଭଦ୍ରା ଯୋଜନା ପାଇଁ ଜାରିହେଲା ଗାଇଡଲାଇନ୍ ।

1 min read

ମହିଳାଓ ଶିଶୁ ବିକାଶ ପକ୍ଷରୁ ଜାରିହେଲା ସୁଭଦ୍ରା ଯୋଜନା ପାଇଁ ଗାଇଡ୍ ଲାଇନ୍ । ୨୧ ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳା ଆଦେନ କରିପାରିବେ । ତେବେ ଅବେଦନ କାରୀଙ୍କ ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ ।

ଚଳିତ ଆର୍ଥିକ ବର୍ଷରୁ ଲାଗୁହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା । ୫ ବର୍ଷରେ ଆକାଉଣ୍ଟକୁ ଆସିବ ମୋଟ ୫୦ ହଜାରର ନଗଦ ରାଶି । ଓଡିଶାରେ ମହିଳା ସଶକ୍ତିକରଣ ଲାଗି ରାଜ୍ୟ ସରକାର ଏହି ସୁଭଦ୍ରା ଯୋଜନାକୁ ଆରମ୍ଭ କରୁଛନ୍ତି । ୨୦୨୪-୨୫ରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏହି ଯୋଜନା । ଏଥିରେ ୧ କୋଟିରୁ ଉର୍ଦ୍ଧ ମହିଳା ଉପକୃତ ହେବେ । ବର୍ଷକୁ ୨ଟି କିସ୍ତିରେ ମହିଳାମାନଙ୍କୁ ଟଙ୍କା ଦିଆଯିବ ।

Advertisement

ସୁଭଦ୍ରା ଯୋଜନା ଲକ୍ଷ– ଆର୍ଥିକ ସହାୟତା ପ୍ରଦାନ କରି ମହିଳାମାନଙ୍କେ ଅଧିକାର ବିଷୟରେ ସଚେତନାତା ସୃଷ୍ଟି କରିବା , ସ୍ୱାସ୍ଥ୍ୟ ଏବଂ ଶିକ୍ଷାଗତ ସ୍ଥିତିରେ ଉନ୍ନତି ଆଣିବା , ଆର୍ଥିକ ସ୍ୱାଧୀନତା ଏବଂ ଉଦ୍ୟମିତା ପ୍ରୋତ୍ସାହିତ କରିବା , ଡିଜିଟାଲ ଆର୍ଥିକ ସାକ୍ଷରତାକୁ ଉତ୍ସାହିତ କରିବା ଏବ ବ୍ୟକ୍ତିଗତ ତଥା ବୃତ୍ତିଗତ ଅଭିବୃଦ୍ଧିରେ ସେମାନଙ୍କୁ ସଶକ୍ତ କରିବା ।

ଆହୁରୀ ପଢନ୍ତୁ – ସେପ୍ଟେମ୍ବର ୧୭ ତାରଖରେ ମିଳିବ ‘ସୁଭଦ୍ରା ଯୋଜନା’ର ପ୍ରଥମ କିସ୍ତି । ଉପମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା ..

ଉଦ୍ଦେଶ୍ୟ – ପରିବାରରେ ମହିଳାମାନଙ୍କ ଆର୍ଥିକ ଏବଂ ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ।
-ମହିଳାଙ୍କ ଅଧିକାର ବିଷୟରେ ସଚେତନ ସୃଷ୍ଟି କରିବା , ସମାଜର ମୂଲ୍ୟବାନ ସଦସ୍ୟା ଭାବରେ ସେମାନଙ୍କର ଭୂମିକକାକୁ ପ୍ରୋତ୍ସାହିତ କରିବା ।
-ମହିଳା ଏବଂ ସେମାନଙ୍କର ପରିବାର ପାଁ ସ୍ୱାସ୍ଥ୍ୟ , ପୁଷ୍ଟିକର ଏବଂ ଶିକ୍ଷାଗତ ସ୍ଥିତିକୁ ଉନ୍ନତି କରିବା ।
-ମହିଳାମାନଙ୍କୁ ଡିଜିଟାଲ୍ କାରବାର କରିବାକୁ ସୁଯୋଗ ପ୍ରଦାନ କରିବା ।
-ମହିଳାମାନଙ୍କୁ ଆର୍ଥିକ ସ୍ୱାଧୀନତା ଦିଗରେ ଉତ୍ସାହିତ କରି ସେମାନଙ୍କର ଆର୍ଥିକ ସଶକ୍ତିକରଣ ସକ୍ଷମତା ପୂର୍ବକ ଆର୍ଥିକ ଅନ୍ତଭୁକ୍ତି ବୃଦ୍ଧି କରିବା ।

କେମିତି କରିବେ ଆବେଦନ ? 

-’ସୁଭଦ୍ରା’ ପାଇବାକୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ଆବଶ୍ୟକ
-ଅଫ୍‌ଲାଇନ୍‌ ଫର୍ମ ପୂରଣ ବା ଅନ୍‌ଲାଇନ୍‌ରେ ସୁଭଦ୍ରା ପୋର୍ଟାଲରେ ଆବେଦନ
-ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରରେ ମାଗଣାରେ ମିଳିବ ଫର୍ମ
-ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବେ

ମିଳିବ ସୁଭଦ୍ରା ଏଟିଏମ୍‌ କାର୍ଡ

-ସୁଭଦ୍ରା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଏଟିଏମ୍‌ କାର୍ଡ
-ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୫ ବର୍ଷରେ ମିଳିବ ୫୦ ହଜାର ଟଙ୍କା
-୫ ହଜାର ଲେଖାଏଁ ବର୍ଷକୁ ୨ ଥର ମୋଟ ୧୦ ହଜାର ଟଙ୍କା ମିଳିବ
-ବର୍ଷକୁ ୧୦ ହଜାର କରି ୫ ବର୍ଷ ଯାଏଁ ମିଳିବ ମୋଟ ୫୦ ହଜାର
-ବର୍ଷକୁ ୨ ଥର ପ୍ରଥମ କିସ୍ତି ରାକ୍ଷୀ ଓ ୨ୟ କିସ୍ତି ମାର୍ଚ୍ଚ ୮ରେ ମିଳିବ
-ଅଧିକ ଡିଜିଟାଲ କାରବାର କଲେ ପଞ୍ଚାୟତରୁ ଶହେ ଜଣଙ୍କୁ ଅତିରିକ୍ତ ୫ଶହ

Leave a Reply

Your email address will not be published. Required fields are marked *