Pratidin TV

Odisha's Digital News Platform

ଭୂକମ୍ପରେ ଥରିଲା ଗୁଜୁରାଟ; ଭୟରେ ରାତିରେ ରାସ୍ତାରେ ରହିଲେ ଲୋକେ

1 min read

ଶୁକ୍ରବାର ବିଳମ୍ବିତ ରାତିରେ ଭୂକମ୍ପରେ ଥରିଲା ଗୁଜୁରାଟ | ଭୂକମ୍ପ ହେବାମାତ୍ରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା | ଏହାପରେ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଘର ବାହାରକୁ ପଳାଇ ଆସିଥିବାର ଦେଖିବାକୁ ମିଳିଥିଲା |

ସୂଚନା ଅନୁଯାୟୀ, ଗୁଜୁରାଟରେ ଗତକାଲି ତଥା ୧୫ ତାରିଖ ଦିନ ବିଳମ୍ବିତ ରାତି ପ୍ରାୟ ୧0ଟା ୧୫ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା | ଏହାର ତୀବ୍ରତା ରିକ୍ଟର ସ୍କେଲ ୪.୨ ଥିଲା | ତେବେ ଏହାର କେନ୍ଦ୍ରସ୍ଥଳୀ ମେହସାନା ଜିଲ୍ଲା ପରିସରରେ ଥିଲା ଏବଂ ଏହାର ଭୂକମ୍ପ କେନ୍ଦ୍ର ପ୍ରାୟ 10 କିଲୋମିଟର ତଳେ ଥିଲା। ତେବେ ଏହା ମେହସାନା ସମେତ ଅହମ୍ମଦାବାଦରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଅହମ୍ମଦାବାଦରେ ଲୋକ ଅନୁଭବ କରିବା ପରେ ତାଙ୍କ ମଧ୍ୟରର ଆତଙ୍କ ଖେଳିଯାଇଥିଲା | ସେମାନେ ଘର ବାହାରକୁ ପଳାଇ ଆସିଥିଲେ | ଯାହାପରେ ଅନେକ ଭୟରେରାସ୍ତରେ ସମୟ ଅତିବାହିତ କରିଥିଲେ | ତେବେ ଏହି ଭୂକମ୍ପ ଫଳରେ କୌଣସି ବଡ କ୍ଷତି ହୋଇନଥିବା ସୂଚନା ମିଳିଛି |

Advertisement

ବିଶେଷଜ୍ଞମାନଙ୍କ ଅନୁଯାୟୀ, ଗୁଜୁରାଟର ମେହସାନା ଅଞ୍ଚଳରେ ବେଳେବେଳେ ସାମାନ୍ୟ କମ୍ପନ ଅନୁଭୂତ ହୁଏ, କିନ୍ତୁ ଏଥର ୪.୨ ମ୍ୟାଗ୍ନିଚ୍ୟୁଡର ଏକ କମ୍ପନ ଦୀର୍ଘ ସମୟ ପରେ ରେକର୍ଡ କରାଯାଇଛି। ଭୂବିଜ୍ଞାନୀଙ୍କ ଅନୁଯାୟୀ, ଭୂକମ୍ପ ପ୍ଲେଟଗୁଡିକର ଗତିବିଧି ହେତୁ ଏହି ଭୂକମ୍ପ ବୋଧହୁଏ ଘଟିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଭୂକମ୍ପ ସମୟରେ ଜଣେ ସୁରକ୍ଷିତ ସ୍ଥାନରେ ରହିବା ଉଚିତ

Leave a Reply

Your email address will not be published. Required fields are marked *