ଜଣଙ୍କ ଭୋଟ ପାଇଁ ଗିର ଜଙ୍ଗଲରେ ପହଞ୍ଚିଲେ ୧୦ ଜଣିଆ ଟିମ୍
1 min readଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ୧୦ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଲୋକସଭା ଆସନରେ ଗତକାଲି ଭୋଟ ଗ୍ରହଣ ହେଉଛି। ମତାଧିକାର ମାଧ୍ୟମରେ ୧୩ଶହ ୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୭ କୋଟିରୁ ଅଧିକ ଭୋଟର୍ । ଏଥିପାଇଁ ୧ଲକ୍ଷ ୮୫ ହଜାର ବୁଥ୍ ହୋଇଥିଲା। ଗୁଜୁରାଟ ୨୬ରୁ ୨୫ ଆସନ ଭୋଟ ହୋଇଛି |
ତେବେ କୌଣସି ଭୋଟର ଭୋଟ ଦେବାରେ ବଞ୍ଚିତ ନ ହେଉ ସସେଥିପାଇଁ ନିର୍ବାଚନ ଆୟୋଗ ଅନେକ ପ୍ରକାର ପଦକ୍ଷପ ଗ୍ରହଣ କରୁଛି | ସେହିପରି ଗୁଜୁରାଟରେ ଗିର ଜଙ୍ଗଲର ଦୁର୍ଗମ ଅଞ୍ଚଳରେ କେବଳ ଜଣକ ଭୋଟ ମତଦାନ ପାଇଁ ସେଠାରେ ମତଦାନ କେନ୍ଦ୍ର ଅନୁଷ୍ଠିତ ହୋଇଥିଲା | ଭୋଟ ପରିଚାଳନା ପାଇଁ ୧0 ଜଣିଆ ଟିମ ଅଧିକାରୀ ଯାଇଥିଲେ | ଏହାସହ ମତଦାନ କେନ୍ଦ୍ରରେ ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ କରାଯାଇଥିଲା |
ସୂଚନା ଅନୁସାରେ ଗିର ଘଞ୍ଚ ଜଙ୍ଗଲରେ ଥିବା ଦୁର୍ଗମ ଅଞ୍ଚଳରେ ମହନ୍ତ ହରିଦାସ ନାମକ ଜଣେ ପୂଜାରୀ ରହୁଛନ୍ତି | ଗୋଟିଏ ଗୋଟିଏ ମତଦାନ ଗୁରୁତ୍ବପୂର୍ଣ୍ଣ ବୋଲି ନିର୍ବାଚନ ଆୟୋଗ ମତଦାତାଙ୍କ ପାଇଁ ୧0 ଜଣିଆ ଟିମ ସେଠାରେ ପହଞ୍ଚିଥିଲା | ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ଲାଗିଥିଲା ୨ ଦିନର ସମୟ | ଜଙ୍ଗଲ ରାସ୍ତାରେ ସେମାନଙ୍କୁ ବସରେ ଯିବାକୁ ପଡିଥିଲା | ତେବେ ନିୟମ ଅନୁଯାୟୀ ସେଠାରେ ବୁଥ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲାଯାଇଥିଲା | ଭୋଟ୍ ଦେବା ପରେ ହରିଦାସ କହିଥିଲେ – ଗଣତନ୍ତ୍ରର ମହାନ ପର୍ବରେ ମୋର ଅଂଶଗ୍ରହଣ ନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ବ୍ୟବସ୍ଥା କରିଥାଏ। ଏଥିପାଇଁ ମୁଁ ନିର୍ବାଚନ ଆୟୋଗଙ୍କୁ କୃତଜ୍ଞ।
ଭୋଟ ସମ୍ପର୍କରେ ନିର୍ବାଚନ ଆୟୋଗ ଦାବି କରିଛନ୍ତି ଯେ, ପ୍ରତ୍ୟେକ ଭୋଟରଙ୍କ ଭୋଟ୍ ଗୁପ୍ତ ରଖାଯାଇଛି। ତେବେ ହରିଦାସ ଭୋଟ୍ ଦେବା ସମୟରେ ଏହି ପଦ୍ଧତି ମଧ୍ୟ ପାଳନ କରାଯାଇଥିଲା |