Pratidin TV

Odisha's Digital News Platform

ହୁତୁ ହୁତୁ ହୋଇ ଜଳିଲା ସୁରଟର ବମ୍ବେ ମାର୍କେଟରେ ଥିବା ଲୁଗା ଶୋରୁମ…

1 min read

ଗୁଜୁରାଟ: ଗୁଜୁରାଟ ସୁରାଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି । ସୁରାଟରେ ଥିବା ବମ୍ବେ ମାର୍କେଟ ଏକ ଶୋ’ରୁମରେ ଅଗ୍ନିକାଣ୍ଡ ଘଟିଛି । କିନ୍ତୁ ଅଗ୍ନିକାଣ୍ଡର କାରଣ ଏଯାବତ ଅସ୍ପଷ୍ଟ ରହିଛି । କୈାଣସି କାରଣରୁ ଗୋଟିଏ ଯାଗାରେ ନିଆଁ ଲାଗି ପରେ ଏହା ଚାରି ଆରିଆଡକୁ ବ୍ୟାପି ଯାଇଥିଲା । ସୂଚନା ପାଇବା ପରେ ଅଗ୍ନିଶମ ଅଗ୍ନିକାଣ୍ଡର ନିଆଁକୁ ଆୟତ କରିବା ପାଇଁ ୧୦ ରୁ ୧୨ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଛି । ଏହି ଅଗ୍ନିକାଣ୍ଡରେ କୈାଣସି ଜୀବନ ହାନି ଘଟିନଥିବା ବୋଲି ମ୍ୟୁନିସିପାଲ କର୍ପୋରେସନର ମୁଖ୍ୟ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।ଗତ କିଛି ଦିନ ତଳେ କଟକର ଏକ ଲୁଗା ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା। ସେହିଭଳି ସମାନ ଘଟଣା ବର୍ତମାନ ସୁରଟରେ ମଧ୍ୟ ଦେଖିବାକୁ ମିଳିଛି।

Advertisement

Leave a Reply

Your email address will not be published. Required fields are marked *