Pratidin TV

Odisha's Digital News Platform

ମଣିଷ ନୁହେଁ, ସାପକୁ ସିପିଆର୍‌ ଦେଇ ଜୀବନ ବଞ୍ଚାଇଲେ ଯୁବକ …

1 min read

ଆଜି ପର୍ଯ୍ୟନ୍ତ ଆପଣ ମଣିଷଙ୍କୁ ସିପିଆର୍‌ ଦେଇ ଜୀବନ ବଞ୍ଚା ଯାଉଥିବା କଥା ଶୁଣିଥିଲେ। ହେଲେ ମଣିଷ ସାପକୁ ସିପିଆର୍‌ ଦେଇ ଜୀବନ ବଞ୍ଚାଇବା କଥା କେବେ ଶୁଣିଛନ୍ତି କି? ଏପରି ଏକ ଘଟଣା ଗୁଜୁରାଟରୁ ସାମ୍ନାକୁ ଆସିଛି ।ଙ୍କର ଏକ ଭିଡିଓ ବି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଗୁଜୁରାଟର ଏହି ଯୁବକ ହେଉଛନ୍ତି ୟଶ୍ ତଡବୀ । ୟଶ୍ ବଡୋଦରାର ବନ୍ୟଜନ୍ତୁ ରକ୍ଷକ । ତାଙ୍କୁ ହେଲ୍ପଲାଇନ ନମ୍ବରରେ ସାହାଯ୍ୟ ପାଇଁ ଏକ ଫୋନ୍ କଲ୍ ଆସିଥିଲା । ଏକ ସାପ ମରିଯାଇଥିବା ତାଙ୍କୁ ସୂଚନା ମିଳିଥିଲା । ସେ ଘଟଣାସ୍ଥଳରେ ପହଞ୍ଚି ସାପଟି ଆହତ ହୋଇଥିବା ଦେଖିବାକୁ ପାଇଥିଲେ । ସାପଟି ବେହୋଶ୍ ଥିଲା ।ଏହାପରେ ସାପକୁ ଅମ୍ଳଯାନ ଦେଇ ପୁଣି ଥରେ ତାକୁ ନୂଆ ଜୀବନ ଦେଇଛନ୍ତି ୟଶ୍ । ଏପରକି କି ୟଶ୍ ସିପିଆର୍‌ ଦେଉଥିବା ବେଳର ଏକ ଭିଡିଓ ବି ଭାଇରାଲ୍‌ ହୋଇଛି।ତେବେ ସାପଟି ଚେତା ପାଇବା ପରେ ଜଙ୍ଗଲ ବିଭାଗକୁ ସ୍ଥାନାନ୍ତର କରାଇଥିଲା ।

Leave a Reply

Your email address will not be published. Required fields are marked *