Pratidin TV

Odisha's Digital News Platform

ବିଜେଡି ନେତାଙ୍କୁ ଗୁଳି କଲେ ଦୁର୍ବୁତ୍ତ ; ବିଚ୍ ରୋଡ୍‌ରେ ଗାଡି କାଚ ଭାଙ୍ଗି ଚଳାଇଲେ ଗୁଳି

1 min read

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଜେଡି ନେତା କାହ୍ନୁ ଚରଣ ସାହୁଙ୍କୁ ଗୁଳି କଲେ ଦୁର୍ବୁତ୍ତ । ବାଇକରେ ଆସି କାର କାଚ ଭାଙ୍ଗି ୨ ରାଉଣ୍ଡ ଗୁଳି କଲେ ୩ ଜଣ ଦୁର୍ବୁତ୍ତ । ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାମାକ୍ଷାନଗର ମେନରୋଡ଼ ସ୍ଥିତ ମା ତାରିଣୀ ଅଳଙ୍କାର ଦୋକାନ ସାମ୍ନାରେ ଗୁଳିକାଣ୍ଡ କରିଛନ୍ତି ଦୁର୍ବୁତ୍ତ । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ। ରାଜନୈତିକ ନା ଠିକାଦାର ,ନା କୌଣସି ଅନ୍ୟ କାରଣକୁ ନେଇ ଗୁଳିକାଣ୍ଡ ହୋଇଛି ତାହା ଅସ୍ପଷ୍ଟ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୦ଟା ୪୫ ମିନିଟରେ କାମାକ୍ଷାନଗର ମେନରୋଡ଼ ସ୍ଥିତ ମା ତାରିଣୀ ଅଳଙ୍କାର ଦୋକାନ ସାମ୍ନାରେ ଘରକୁ କାର ଯୋଗେ ଫେରୁଥିବା ବେଳେ ହଠାତ୍ ୩ ଜଣ ଦୁବୁର୍ତ୍ତ ଏକ ବାଇକରେ ଆସି ପ୍ରଥମେ କାର ସାମ୍ନାରେ ବାଇକ ରଖି କାରର କାଚକୁ ବନ୍ଧୁକରେ ଭାଙ୍ଗି ଥିଲେ । ପରେ କାହ୍ନୁଙ୍କ ଉପରକୁ ଗୁଳି ଚଳାଇଥିଲେ ।

Advertisement

ପୂର୍ବରୁ ଗୋଟିଏ ଥର କାହ୍ନୁଙ୍କ ଘର ସାମ୍ନାରେ ଥିବା କାର ଉପରକୁ ବୋମା ମାଡ଼ ଏବଂ ଗୋଟିଏ ଥର ଢେଙ୍କାନାଳ ଟାଉନ ଉପରେ ଗୁଳିକାଣ୍ଡ କରିଥିଲେ ଦୁର୍ବୁତ୍ତ ।କିନ୍ତୁ ସୌଭାଗ୍ୟ ବସତ ସେବେ ବର୍ତ୍ତି ଯାଇଥିଲେ କାହ୍ନୁ । କିନ୍ତୁ ଏଥର କାହ୍ନୁଙ୍କ ହାତ ଓ ଜଙ୍ଘରେ ଗୁଳି ବାଜିଥିବା ଜଣାପଡିଛି । କାହ୍ନୁଙ୍କ ଗୁଳିକାଣ୍ଡକୁ ନେଇ କାମାକ୍ଷାନଗରରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ ଘଟଣା ସ୍ଥଳରୁ ଗୋଟିଏ ଫୁଟନ୍ତା ଗୁଳି ଜବତ କରିଛି ପୋଲିସ । ଏହା ସହ ଘଟଣା ସ୍ଥଳରେ ମଧ୍ୟ ତଦନ୍ତ ଆରମ୍ଭ କରିଦେଇଛି ।

Leave a Reply

Your email address will not be published. Required fields are marked *