Pratidin TV

Odisha's Digital News Platform

ବାଲେଶ୍ୱରରେ ଚାଞ୍ଚଲ୍ୟ : ବିଦ୍ୟାଳୟରେ ଛାତ୍ର ବ୍ୟାଗରୁ ବନ୍ଧୁକ ..

ବାହାନଗା : ବାହାନଗା ରେ ଚାଞ୍ଚଲ୍ୟ । ସ୍କୁଲରେ ଛାତ୍ର ବ୍ୟାଗରୁ ବାହାରିଲା ବନ୍ଧୁକ । ବାଲେଶ୍ୱର ଜିଲ୍ଲା ବାହନଗା ବ୍ଳକ ବିଷ୍ଣୁପୁର ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ,ଆଜି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରେ ଏକ ବନ୍ଧୁକ ମିଳିଛି। ଘଟଣାଟି ଏମିତିକି ଜଣେ ଛାତ୍ରଙ୍କ ବ୍ୟାଗରେ ଏକ ବନ୍ଧୁକ ଦେଖି ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉକ୍ତ ବଂଧୁକଟିକୁ ନେବା ପାଇଁ ଛାତ୍ର ଛାତ୍ରୀ ମଧ୍ୟରେ ଟଣାଓଟରା ଲାଗିଥିଲା । ଏହି ସମୟରେ ଶ୍ରେଣୀରେ ଥିବା ଶିକ୍ଷକଙ୍କ ନଜର ସେମାନଙ୍କ ଉପରେ ପଡିଥିଲା ଶିକ୍ଷକ ଉକ୍ତ ଛାତ୍ରକୁ ପାଖକୁ ଡାକି ଘଟଣା ବାବଦରେ ସମସ୍ତ ତଥ୍ୟ ବୁଝିବା ପରେ ଛାତ୍ର ପାଖରୁ ଏକ ବଂଧୁକ ଟି ନେଇଥିଲେ । ଏବଂ ଛାତ୍ର କୁ ନେଇ ଶିକ୍ଷକ ଅତୁନ ନାୟକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସ୍ବପନ ଦେଙ୍କୁ ସମସ୍ତ ଘଟଣା ବାବଦରେ କହିବା ସହିତ ପ୍ରଧାନ ଶିକ୍ଷକ ବଂଧୁକ ଟି ଅଫିସ ଘରେ ରଖି , ଛାତ୍ରଙ୍କ ଅବିଭାବକଙ୍କୁ ବିଦ୍ୟାଳୟକୁ ଡକାଇ ଥିଲେ ।

ସମସ୍ତ ଘଟଣା ବାବଦରେ ଛାତ୍ର ଅଭିଭାବକକୁ କହିଥିଲେ । ପ୍ରକାଶ ଥାଉକି ଛାତ୍ର ଙ୍କ ପାଖରୁ ବଂଧୁ କ ଦେଖିବା ପରେ ବିଦ୍ୟାଳୟ ଅନ୍ୟ ଛାତ୍ର ଛାତ୍ରୀ ମାନେ ଭୟଭିତ ହେବା ସହିତ ଏକ ପ୍ରକାର ବିଦ୍ୟାଳୟ କୋକୁଆ ଭୟ ସୃଷ୍ଟି ହୋଇଥିଲା,ଯଦି ବିଦ୍ୟାଳୟରେ ଏମିତି ଭାବରେ ଛାତ୍ର ମାନେ ଏ ପ୍ରକାର ଘଟଣା ଘଟାନ୍ତି,ତାହେଲେ ବିଦ୍ୟାଳୟର ପରିବେଶ କିପରି ରହିବ ତାହା ଆପଣ ମାନେ ଚିନ୍ତା କରନ୍ତୁ । ଵାହାରିଥିଵା ବଂଧୁକ ଟିକୁ ପରୀକ୍ଷା ପାଇଁ ସାଧାରଣ ରେ ପ୍ରଶ୍ନବାଚୀ ହୋଇଛି, ପ୍ରକୃତରେ ବଂଧୁକ ଟି ଖେଳନା ବଂଧୁକ ନା ଅନ୍ୟ ପ୍ରକୃତ ବଂଧୁକ ତାହା ଜଣାପଡିନାହିଁ । ଉକ୍ତ ଘଟଣା ବାବଦରେ ପ୍ରଧାନ ଶିକ୍ଷକ ଶ୍ରୀ ଦେଙ୍କୁ ପଚାରିବାରୁ ସେ ବଂଧୁକଟି ଖେଳନା ବଂଧୁକ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *