Pratidin TV

Odisha's Digital News Platform

ବାପା ବିକନ୍ତି ଗୁପଚୁପ୍ ; ବୋର୍ଡ ପରୀକ୍ଷାରେ ୯୯.୭୨ ପ୍ରତିଶତ ରଖି ଝିଅ ବନିଲା ଟପ୍ପର ।

1 min read

ହିନ୍ଦୀରେ କୁହନ୍ତିନି ଅଗର କିସି ଚିଜ୍ କୋ ପୁରି ସିଦତ୍ ସେ ଚାହୋଁତୋ ପୁରୀ କାୟନାତ୍ ଉସେ ମିଲାଲେ ମେ ଲଗଜାତି ହେ , କିନ୍ତୁ ଏହି ଉକ୍ତିଟି ସମ୍ପୂର୍ଣ୍ଣ ଭୁଲ୍ । ଯଦି ଆମକୁ କିଛି ଜିନିଷ ହାସିଲ କରିବାକୁ ପଡେ ତେବେ ଆମ ନିଜକୁ ହିଁ ପରିଶ୍ରମ ବଳରେ ସମ୍ଭବ କରିବାକୁ ପଡେ । ଆଉ ନିଜ ପରିସ୍ଥିତିକୁ ନିଜେ ହିଁ ବଦଳେଇବାକୁ ପଡେ । କିଛି ଏମିତି ନିଜ ପରିସ୍ଥିତି ସହ ସଂଘର୍ଷ କରି ଆଜି ସଫଳତା ପାହାଚରେ ଚଢିଛନ୍ତି ଗୁଜୁରାଟ୍ ଝିଅ ପୁନମ୍ ।

ବାପା ଗୁପଚୁପ୍ ବେପାରୀ , ଝିଅ ଅଧିକାଂଶ ସମୟ ନିଜ ବାପାଙ୍କୁ ସାହାର୍ଯ୍ୟ କରିବାରେ ଲାଗିଥାଏ । କିନ୍ତୁ ତା ଭିତରେ ନିଜ ପାଇଁସମୟ କାଢି ଦଶମ ବୋର୍ଡ ପରୀକ୍ଷା ପାଇଁପ୍ରସ୍ତୁତ ହୋଇଥାଏ । କୁହନ୍ତିନି ପରିଶ୍ରମ ଆଗରେ ପରିସ୍ଥିତି ବି ଦିନେ ହ।ର ମାନିଯାଏ । ଠିକ୍ ସେୟା ହିଁଘଟିଛି ପୁନଙ୍କ ସହ ନିଜ ଅକ୍ଲାନ୍ତ ପରିଶ୍ରମ ବଳରେ ସେ ଦଶମ ବୋର୍ଡ ପରୀକ୍ଷାରେ ୯୯.୭୨ ପ୍ରତିଶତ ରଖି ପାଶ୍ କରିଛନ୍ତି । ଗତ ୨୫ ବର୍ଷ ଧରି ଭଦୋଦାରେ ପାନିପୁରୀ ବିକ୍ରୟ କରି ତାଙ୍କ ପରିବାରକୁ ସମର୍ଥନ କରିଆସୁଥିବା ପ୍ରକାଶ କୁଶୱାଙ୍କ ଝିଅ ପୁନମ୍ ଚଳିତ ବର୍ଷ ଗୁଜୁରାଟ ମାଧ୍ୟମିକ ବୋର୍ଡରେ ଦଶମ ଶ୍ରେଣୀରେ ପଢୁଥିଲେ । ଯେଉଁଥିରେ ସେ ୯୬ ପ୍ରତିଶତ ମାର୍କ ହାସଲ କରିଥିଲେ ତାଙ୍କର ଶତକଡା ହେଉଛି ୯୯.୭୨ । ଫଳାଫଳ ଆସିବା ମାତ୍ରେ ଘରେ ପରିବାର ସଦସ୍ୟଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଦେଇଥିଲା ।

Advertisement

ଏକ ଛୋଟ ଘରେ ରହୁଥିବା କୁଶୱା ପରିବାରର ଆନନ୍ଦର ସୀମା ଭାଙ୍ଗିଛି । ପିତା କହିଛନ୍ତି ଯେ ବହୁ ସଂଘର୍ଷ ପରେ ପୁଣମ୍ ଏହି ଫଳାଫଳ ପାଇଛନ୍ତି। ସେ ପରିବାରରେ ମଧ୍ୟ ସାହାଯ୍ୟ କରିଥିଲେ। ପିତାମାତାଙ୍କୁ ସାହାଯ୍ୟ କରି ସେ ସମୟ ବାହରି କରି ନିଜ ପଢା ପାଇଁ ଅତ୍ୟନ୍ତ ପରିଶ୍ରମ କରୁଥିଲେ । ପୁନମଙ୍କ ପରିବାର ସଦସ୍ୟ ତାଙ୍କ ଫଳାଫଳକୁ ନେଇ ବହୁତ ଖୁସି ଅଛନ୍ତି ଏବଂ ତାଙ୍କୁ ଅଧିକ ଅଧ୍ୟୟନ ପାଇଁ ଉତ୍ସାହିତ କରୁଛନ୍ତି । ମାତା ଅନୀତା କୁଶୱା କହିଛନ୍ତି ଯେ ଫଳାଫଳ ଦୁଇ ଦିନ ପୂର୍ବରୁ ଆସିଥିଲା ଏବଂ ବର୍ତ୍ତମାନ ପୁରା ପରିବାର ଆମ ଗାଁରେ ଅଛି । ଝିଅର ସଫଳତ। ପାଇଁ ଗ।।ଁ ଲୋକ ତାଙ୍କୁ ଶୁବେଚ୍ଛା ଜଣାଇଛନ୍ତି । ତେବେ ପୁନମ୍ ଆଗକୁ ଜଣେ ଡାକ୍ତର ବନିବାକୁ ଚାହୁଛନ୍ତି ବୋଲି କହିଛନ୍ତି ।

ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ କରିଛି। ଚଳିତ ବର୍ଷ ପ୍ରାୟ ୧୮ ଲକ୍ଷ ଛାତ୍ର ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ହାଜର ହୋଇଛନ୍ତ । ଏହି ସମସ୍ତ ଛାତ୍ରମାନଙ୍କର ଫଳାଫଳ CBSE ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in ରେ ପ୍ରକାଶ ପାଇଛି । ଏହି ବର୍ଷର ସାମଗ୍ରିକ ପାସ୍ ପ୍ରତିଶତ ୮୭.୯୮% ଥିଲା । ବୋର୍ଡ ଅନୁଯାୟୀ ଚଳିତ ବର୍ଷ ଝିଅମାନଙ୍କର ଫଳାଫଳ ପୁଅମାନଙ୍କ ତୁଳନାରେ ୬.୪୦ ପ୍ରତିଶତ ଭଲ ହୋଇଛି।

Leave a Reply

Your email address will not be published. Required fields are marked *