Pratidin TV

Odisha's Digital News Platform

ଗୁପଚୁପ୍ ବାକି ପଇସା ଦେଲାନି: ସାମାନ୍ୟ ବଚସାରୁ ଛୁରୀ ଭୁସି ହତ୍ୟା(Video)

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ଅନ୍ତର୍ଗତ ପାଳସାହି ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ଗୁପଚୁପ ଖିଆ ବାକି ଟଙ୍କା ନଦେବାରୁ ମଦ୍ୟପ ଯୁବକଙ୍କୁ ପିଆଜ କଟା ଛୁରାରେ ହତ୍ୟା କଲା ଗୁପଚୁପ ବେପାରୀ । ମୃତ ଯୁବକ ଜଣଙ୍କ ପାଳସାହି ଗାଁର ବିଭୂତି ସାହୁ । ଅଭିଯୁକ୍ତ ଗୁପଚୁପ ବେପାରୀ ସେହି ଗାଁର ଜଗବନ୍ଧୁ ସାହୁ ।

ଜଗବନ୍ଧୁ ପ୍ରତିଦିନ ସଂନ୍ଧ୍ୟା ସମୟରେ ନିଜ ସାଇକେଲ ଯୋଗେ ଗାଁରେ ଗୁପ ଚୁପ ବେପାର କରେ । ତେବେ ଆଜି ରାତି ପ୍ରାୟ ୯ ଟା ସମୟରେ ଗୁପଚୁପ ବିକ୍ରି କରି ଘରକୁ ଫେରୁଥିବା ବେଳେ ବିଭୂତି ତାଙ୍କୁ ଅଟକାଇ ଗୁପଚୁପ ଦେବାକୁ କହିଥିଲେ । ତେବେ ତୁମର ପୁରୁଣା ବାକି ଅଛି ତେଣୁ ପୂର୍ବ ପଇସା ନଦେଲେ ମୁଁ ଗୁପଚୁପ ଦେବିନାହିଁ ବୋଲି ଜଗବନ୍ଧୁ କହିଥିଲେ । ଯାହାକୁ ନେଇ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଯାହା ରକ୍ତପାତର ରୂପ ନେଇଥିଲା । ଗୁପଚୁପ ବେପାରୀ ଜଗବନ୍ଧୁର ଛୁରା ମାଡରେ ବିଭୂତିର ମୃତ୍ୟୁ ହୋଇଥିଲା । ଘଟଣା ଘଟିବା ପରେ ନିଜ ଗୁପଚୁପ ବୋଝେଇ ସାଇକେଲ ଛାଡି ଜଗବନ୍ଧୁ ଫେରାର ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *