Pratidin TV

Odisha's Digital News Platform

ପୁଣି ଜେଲରୁ ୪୦ ଦିନିଆ ପାରୋଲରେ ଆସିଲେ ଦୁଷ୍କର୍ମକାରୀ ରାମ ରହିମ୍ : ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଯାଇଥିଲେ ଜେଲ୍ ..

ନୂଆଦିଲ୍ଲୀ : ପୁଣି ରାମ ରହିମଙ୍କୁ ମିଳିଲା ୪୦ ଦିନିଆ ପାରୋଲ । ୫୬ ଦିନ ପରେ ପୁଣି ମିଳିଛି ତାଙ୍କୁ ପାରୋଲ । ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ସଜା କାଟୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ରାମ ରହିମକୁ ପୁଣି ୪୦ ଦିନର ପାରୋଲ । ୫୬ ଦିନ ଜେଲ୍‌ରେ ରହିବା ପରେ ରାମ ରହିମଙ୍କୁ ପୁଣିଥରେ ୪୦ ଦିନର ପାରୋଲ ମିଳିଛି । ବାବା ଆସୁଥିବା ଖବର ଶୁଣି ସ୍ୱାଗତ କରିବାକୁ ଆଶ୍ରମରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଗତବର୍ଷ ଅକ୍ଟୋବର ୧୪ ତାରିଖରେ ରାମ ରହିମକୁ ୪୦ ଦିନର ପାରୋଲ ମିଳିଥିଲା । ସେତେବେଳେ ସେ ଉତର ପ୍ରଦେଶ ନିଜର ବରନୋଭା ଆଶ୍ରମକୁ ଯାଇଥିଲେ । ନଭେମ୍ବର ୨୫ ତାରିଖରେ ପାରୋଲ ତାରିଖ ଶେଷ ହୋଇଥିଲା । ଦୁଇ ଶିଷ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗରେ ରାମ ରହିମଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା । ସେ ବର୍ତମାନ ରୋହତକ୍ ଜେଲ୍‌ରେ ସଜା କାଟୁଛନ୍ତି । ଏତେବଡ଼ ସଂଘାତିକ ଅଭିଯୋଗ ଲାଗିବା ପରେ ତାଙ୍କୁ ଦୁଇଥର ୪୦ ଦିନର ଲମ୍ଭା ଅବଧି ପାରୋଲ ମିଳିଯାଉଛି । ତିନି ମାସ ପୂର୍ବରୁ ତାଙ୍କୁ ୪୦ ଦିନ ପାରୋଲ ମିଳିଥିଲା । ଦୁଷ୍କର୍ମ ଅଭିଯୋଗରେ ପଂଚକୁଲା ସିବିଆଇ କୋର୍ଟ ୨୦୧୭ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତା ସହ ୨୦୧୯ରେ ରାମ ରହିମ ସାମ୍ବାଦିକଙ୍କ ହତ୍ୟା ସହ ଅନ୍ୟ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

Leave a Reply

Your email address will not be published. Required fields are marked *