Pratidin TV

Odisha's Digital News Platform

ଡିସେମ୍ବର ୧୩ରେ ସଂସଦ ଉପରେ ହେବ ଖାଲିସ୍ତାନୀ ଆତଙ୍କୀ ଆକ୍ରମଣ, ଧମକଦେଲେ ଖଲିସ୍ତାନୀ ଆତଙ୍କୀ ଗୁରୁପାତୱନ୍ତ ସିଂ ପନ୍ନୁ…

1 min read

ଆସ୍ତନ୍ତା ଡିସେମ୍ବର ୧୩ ତାରିଖରେ ସଂସଦ ଉପରେ ହେବ ଖାଲିସ୍ତାନୀ ଆତଙ୍କବାଦୀ ଆକ୍ରମଣ । ହତ୍ୟା ଷଡଯନ୍ତ୍ରର ପ୍ରତିଶୋଧ ନେବାକୁ ଖଲିସ୍ତାନୀ ଆତଙ୍କୀ ଗୁରୁପାତୱନ୍ତ ସିଂ ପନ୍ନୁର ଧମକ । ଏକ ଭିଡିଓ ଜାରି କରି ଏପରି ଧମକ ଦେଇଛନ୍ତି ଗୁରୁପାତୱନ୍ତ ସିଂ ପନ୍ନୁର । ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯିବା ପରେ ଡିସେମ୍ବର ୧୩ କିମ୍ବା ତା ପୂର୍ବରୁ ସେ ଭାରତ ସଂସଦ ଉପରେ ଆକ୍ରମଣ କରିବେ ବୋଲି ।

୨୦୦୧ ମସିହା ଡିସେମ୍ବର ୧୩ରେ ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ପନ୍ନୁ ୨୦୦୧ ସଂସଦ ଭବନ ଆକ୍ରମଣର ଦୋଷୀ ଅଫଜଲ ଗୁରୁ ସହ ନିଜର ଏକ ପୋଷ୍ଟର ମଧ୍ୟ ଜାରି କରିଛି, ଯେଉଁଥିରେ ଲେଖାଯାଇଛି ‘ଦିଲ୍ଲୀ ବନେଗା ପାକିସ୍ତାନ’ । ସେ କହିଛି ଯେ ଭାରତୀୟ ଏଜେନ୍ସି ତାକୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲେ । କିନ୍ତୁ ଏହା ଫେଲ୍ ହୋଇଯାଇଛି । ଏହି ଷଡ଼ଯନ୍ତ୍ରର ଜବାବରେ ସେ ଡିସେମ୍ବର ୧୩ ତାରିଖରେ ସଂସଦ ଉପରେ ଆକ୍ରମଣ କରିବ । ସୋମବାର ଠାରୁ ସଂସଦ ଏହାର ଶୀତକାଳୀନ ଅଧିବେଶନ ଆୟୋଜନ କରୁଥିବାରୁ ପନ୍ନୁନଙ୍କ ଧମକ ଆସିଛି । ଡିସେମ୍ବର ୨୨ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ପନ୍ନୁଙ୍କ ଧମକ ଭିଡିଓ ସାମ୍ନାକୁ ଆସିବା ପରେ ସୁରକ୍ଷା ଏଜେନ୍ସିମାନେ ଅଧିକ ସତର୍କ ରହିବା ଦିଲ୍ଲୀ ପୋଲିସ ମଧ୍ୟ ସତର୍କ ରହିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସଂସଦରେ ଏବଂ ଆଖପାଖରେ ସୁରକ୍ଷା ବ୍ୟବସ୍ଥା ଜୋରଦାର ହୋଇସାରିଛି । ବର୍ତ୍ତମାନ ସମଗ୍ର ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କୈାଣସି ଅଘଟଣକୁ ରୋକିବା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *