Pratidin TV

Odisha's Digital News Platform

ସର୍ବସାଧାରଣ ସ୍ଥାନରେ ଦୁଇ ଛାତ୍ରୀଙ୍କୁ ଗୁରୁମା ଦେଲେ କଠୋର ଦଣ୍ଡ…

1 min read

ବାଲେଶ୍ୱର: ଗୁରୁମା ଭୁଲି ଗଲେ ହିତାହିତ ଜ୍ଞାନ । ସର୍ବସାଧାରଣ ସ୍ଥାନରେ କୋମଳମତି ଛାତ୍ରୀଙ୍କୁ ଆଣ୍ଠେଇ ଦେଇ ଦେଲେ ଦଣ୍ଡ । ଯିଏ ପ୍ରତିବାଦ କଲେ ତାକୁ ପାଲଟା ନାଲି ଆଖି ଦେଖାଇବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ଅଧିନ ସିମୁଳିଆ ରାସ୍ତାରେ ଦେଖାଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଦୁଇ ଜଣ ଟିଉସନ ଛତ୍ରୀଙ୍କୁ ଦଣ୍ଡ ଦେବା ପାଇଁ ରାସ୍ତାରେ ଆଣି ଆଣ୍ଠେଇ ଦେଇଛନ୍ତି । ପଚାରିବାରୁ ଗୁରୁମା ଜଣଙ୍କ ନାଲି ଆଖି ଦେଖାଇ ଧମକ ଦେଉଛନ୍ତି । କହୁଛନ୍ତି ମୋ ଇଚ୍ଛା ମୁଁ ଯାହା କରିବି ।


ସୂଚନା ଅନୁଯାୟୀ, ଶିଶୁମନ୍ଦିର ଗୁରୁମା ଜଣକ ଜୈନକ ଘରକୁ ଟିଉସନ ପଢ଼ାଇବା ପାଇଁ ଯାଇଥିଲେ । ଆଉ ପାଠ ପଢାକୁ ଦୁଇ ଜଣ ଛାତ୍ରୀଙ୍କୁ ନେଇ ଶିକ୍ଷୟତ୍ରୀ ସେମାନଙ୍କୁ କଠୋର ଦଣ୍ଡ ଦେଇଛନ୍ତି । ଏପରିକି ଉଭୟ ଛାତ୍ରୀଙ୍କୁ ସିମୁଳିଆ ମୁଖ୍ୟ କଙ୍କ୍ରିଟ୍ ରାସ୍ତାରେ ଆଣ୍ଠେଇ ଦେଇଥିବା ବେଳେ ପରିବାର ଲୋକେ ମଧ୍ୟ ଚୁପ ରହିଥିଲେ । ଆଉ ସେହି ଅଞ୍ଚଳର ଜଣେ କାର୍ଯ୍ୟରତ ସାମ୍ବାଦିକ ଉକ୍ତ ରାସ୍ତା ଦେଇ ଆସୁଥିବା ବେଳେ ଏହାର ଫୁଟେଜ ସଂଗ୍ରହ କରିବା ସହ ଏଭଳି ଦଣ୍ଡ କଣ ପାଇଁ ଦେଉଛ ବୋଲି ସେହି ଗୁରୁମାଙ୍କୁ ପ୍ରଶ୍ନ କରିଥିଲେ । ହେଲେ ପଚାରିବାରୁ ଶିକ୍ଷୟତ୍ରୀ ଜଣକ ଉତକ୍ଷିପ୍ତ ହୋଇ ଏହା ଆମ ବ୍ୟକ୍ତିଗତ ମାମଲା ମୁଣ୍ଡ ପୁରେଇବା ଦରକାର ନାହିଁ ବୋଲି କହିଥିଲେ । ଏପରିକି ସାମ୍ବାଦିକଙ୍କ ହାତରୁ କ୍ୟାମେରା ଛଡାଇ ନେବାକୁ ଚେଷ୍ଟା ମଧ୍ୟ କରିଥିଲେ । ତେବେ ଏଭଳି ଚିତ୍ର ପଦାକୁ ଆସିବା ପରେ ସ୍ଥାନୀୟରେ ଅସନ୍ତୋଷ ବୃଦ୍ଧି ପାଇଛି ।

Advertisement

Leave a Reply

Your email address will not be published. Required fields are marked *