Pratidin TV

Odisha's Digital News Platform

ଜ୍ଞାନପୀଠ ପୁରସ୍କାର ୨୦୨୩ ଘୋଷଣା , ପ୍ରଶିଦ୍ଧ ଗୀତିକାର ଗୁଲଜାର ଓ ସଂସ୍କୃତର ବିଦ୍ୱାନ ରାମଭଦ୍ରାଚାର୍ଯ୍ୟଙ୍କୁ ମିିଳିବ ପୁରସ୍କାର ..

1 min read

ସଂସ୍କୃତର ବିଶାରଦ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ଏବଂ ପ୍ରସିଦ୍ଧ ଗୀତିକାର ଗୁଲଜାର ଙ୍କୁ ମିଳିବ ଜ୍ଞାନପୀଠ ୨୦୨୩ ର ପୁରସ୍କାର । ଏହାର ସୂଚନା ସିଲେକ୍ସନ ପ୍ୟାନେଲ ଦେଇଛି । ତେବେ ଏହି ଦୁଇ ବ୍ୟକ୍ତିତ୍ୱ ନିଜ ନିଜ କ୍ଷେତ୍ରରେ ବେଶ୍ ପ୍ରସିଦ୍ଧ ଅର୍ଜନ କରିଛନ୍ତି । ଗୁଲଜାରଙ୍କୁ ବର୍ତ୍ତମାନର ଊର୍ଦ୍ଦୁ କବିମାନଙ୍କ ମଧ୍ୟରୁ ଶ୍ରେଷ୍ଠ କବି ଭାବରେ ବିବେଚନା କରାଯାଏ, ଯିଏକି ହିନ୍ଦୀ ଫିଲ୍ମରେ ତାଙ୍କର କାର୍ଯ୍ୟ ପାଇଁ ବେଶ୍ ପ୍ରଶଂସିତ ହୋଇଥିଲେ । ଏହାପୂର୍ବରୁ ତାଙ୍କୁ ୨୦୦୨ରେ ଊର୍ଦ୍ଦୁ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ରେ ଦାଦାସାହେବ ଫାଲ୍‌କେ ପୁରସ୍କାର ଏବଂ ୨୦୦୪ରେ ପଦ୍ମ ଭୂଷଣ ସହିତ ଅନ୍ୟାନ୍ୟ ପୁରସ୍କାରରେ ପୁରସ୍କୃତ କରାଯାଇଛି ।

ଏଥିସହ ସେ ହିନ୍ଦୀ ଫିଲ୍ମର ବିଭିନ୍ନ କାର୍ଯ୍ୟ ପାଇଁ ୫ଟି ଜାତୀୟ ଫିଲ୍ମ ପୁରସ୍କାର ମଧ୍ୟ ପାଇଛନ୍ତି । ଚିତ୍ରକୂଟରେ ଥିବା ତୁଳସୀ ପୀଠର ପ୍ରତିଷ୍ଠାତା ତଥା ମୁଖ୍ୟ, ରାମଭଦ୍ରାଚାର୍ଯ୍ୟ ଜଣେ ବିଶିଷ୍ଟ ହିନ୍ଦୁ ଆଧ୍ୟାତ୍ମିକ ଗୁରୁ, ଶିକ୍ଷକ ତଥା ୧୦୦ରୁ ଅଧିକ ପୁସ୍ତକର ଲେଖକ । ଜନ୍ମରୁ ଅନ୍ଧ ହୋଇଥିଲେ ମଧ୍ୟ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ସଂସ୍କୃତ ଭାଷା ଏବଂ ବେଦ ଏବଂ ପୁରାଣର ଜଣେ ମହାନ ବିଦ୍ୱାନ । ଜ୍ଞାନପୀଠ କମିଟି ଏକ ବିବୃତ୍ତିରେ କହିଛି, ସଂସ୍କୃତ ସାହିତ୍ୟର ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ତଥା ପ୍ରସିଦ୍ଧ ଊର୍ଦ୍ଦୁ ସାହତ୍ୟିକ ଗୁଲଜାରଙ୍କ ୨୦୨୩ ବର୍ଷ ପାଇଁ ସମ୍ମାନଜନକ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *