Pratidin TV

Odisha's Digital News Platform

ଜ୍ଞାନବ୍ୟାପୀ ମସଜିଦ୍ ମାମଲା: ଶିବଲିଙ୍ଗ ପୂଜାର ଯାଚିକା ଖାରଜ କଲେ କୋର୍ଟ

1 min read

ନୂଆଦିଲ୍ଳୀ: ପୁଣି ଥରେ ଚର୍ଚ୍ଚାରେ ଜ୍ଞାନବ୍ୟାପୀ ମସଜିଦ୍ ମାମଲା । ଶିବଲିଙ୍ଗରେ ପୂଜା କରିବା ପାଇଁ କୋର୍ଟରେ ଯାଚିକା ଦାଖଲ କରାଯାଇଥିବା ବେଳେ କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି । ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ପକ୍ଷରୁ ଏହି ଯାଚିକା ଦାଖଲ କରାଯାଇଥିଲା । ଶିବଲିଙ୍ଗ ଉପରେ ଜଳାଭିଷେକ ଏବଂ ପୂଜା କରିବା ପାଇଁ ଆବେଦନ କରାଯାଇଥିଲା । ତେବେ କୋର୍ଟ ପରବର୍ତ୍ତୀ ନିଷ୍ପତ୍ତି ଯାଏଁ ଏହାକୁ ଖାରଜ କରି ଦେଇଥିଲେ । ବିଗତ ୫ ଦିନ ଧରି ଅଭିମୁକ୍ତେଶ୍ୱରାନନ୍ଦ ଅନଶନରେ ବସିଥିଲେ ।

ଉଲେ୍‌ଲଖଯୋଗ୍ୟ ଯେ, ପୂର୍ବରୁ ମାମଲାର ତ୍ୱରିତ ଶୁଣାଣି ସହିତ ନମାଜ ଉପରେ ରହିଥିବା ସ୍ଥଗିତାଦେଶ ହଟାଇବାକୁ ମନା କରିଥିଲେ ହାଇକୋର୍ଟ । କୁତୁବ ମିନାର ପରିସରରେ ରହିଥିବା ଜ୍ଞାନବ୍ୟାପୀ ମସଜିଦ୍ ପରିସରରୁ ଶିବଲିଙ୍ଗ ବାହାରିବା ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ କରାଯାଇଥିଲା । ଖନନ ରିପୋର୍ଟ ଆଧାରରେ ମସଜିଦରେ ନମାଜ ପଢା ଉପରେ କୋର୍ଟ କଟକଣା ଲଗାଇଥିଲେ । ଏହି କଟକଣା ପରଠାରୁ ଏହାକୁ ସିଲ୍ କରାଯାଇଥିବା ବେଳେ ନମାଜ ପଢିବା ଉପରେ କଟକଣା ଲାଗୁ କରାଯାଇଥିଲା ।

Advertisement

ଏହା ବିରୋଧରେ ଏଏସ୍‌ଆଇ ମୁଖ୍ୟଙ୍କୁ ଚିଠି ଲେଖିଥିଲେ ଦିଲ୍ଲୀ ୱାକଫ୍ ବୋର୍ଡ ଚେୟାରମ୍ୟାନ୍ ଅମାନତଉଲ୍ଲା ଖାନ୍ । ଖାନ୍ ଉଲ୍ଲେଖ କରିଥିଲେ କି ଶତାଧିକ ବର୍ଷ ଧରି ଏଠାରେ ନମାଜ ପଢା ଯାଉଥିବା ବେଳେ ଏହାକୁ ବନ୍ଦ କରାଯିବା ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ କରୁଛି । ତେବେ ଏଏସ୍‌ଆଇ ପକ୍ଷରୁ କୌଣସି ଉତ୍ତର ନ ମିଳିବା ପରେ ମୁସଲିମ୍ ପକ୍ଷ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ଦାଖଲ ଯାଚିକାର ଶୁଣାଣି କରି କୋର୍ଟ କହିଥିଲେ ମାମଲାର ତ୍ୱରିତ ଶୁଣାଣି ସମ୍ଭବ ନୁହେଁ । ଏହା ସହିତ ନମାଜ ଉପରୁ ରୋକ୍ ହଟାଇବା ମଧ୍ୟ ସମ୍ଭବ ନୁହେଁ । ପରବର୍ତ୍ତୀ ଶୁଣାଣି ପରେ ସବୁକିଛି ସ୍ପଷ୍ଟ ହୋଇଯିବ ।

Leave a Reply

Your email address will not be published. Required fields are marked *