Pratidin TV

Odisha's Digital News Platform

ଚିନ୍ତାପ୍ରକଟ କଲେ ବିଶେଷଜ୍ଞ , ଆସୁଛି କୋରନାଠାରୁ ଭୟଙ୍କର ମହାମାରୀ ..

1 min read

ଆଜିବି ମନରୁ ଯାଇନି କରୋନା ମହାମାରୀ ସେହି ଭୟଙ୍କର ରୂପ । ଏହି ମହାମାରୀରେ କେତେ ଯେ ଜୀବନ ଯାଇଥିଲା । ତାହାର ହିସାବ ନାହିଁ । ଏହି ମାହାମାରୀ କେତେ ଜଣଙ୍କୁ ଅନାଥ । ଆଜିବି ସେହି ମାହାମାରୀ କଥା ମନେ ପଡିଲେ ଦେହ ଶିହୀରି ଉଠୁଛି ଭୟରେ ଥରହର ହୋଇଯାଉଛନ୍ତି ବିଶ୍ୱବାସୀ । ହେଲେ ଏବେ ପୁଣି ଥରେ ଆଉ ଏକ ମାହାମାରୀ ଆସୁଛି ଏହା କରୋନା ଶହେ ଗୁଣ ଭୟଙ୍କର ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । H5N1 ଭାଇରସ୍ ଏକ ଗୁରୁତର ପରିସ୍ଥିତି ଆଡକୁ ଗତି କରୁଛନ୍ତି ଏବଂ ଏହା ବିଶ୍ୱର ମହାମାରୀ ସୃଷ୍ଟି କରିପାରେ ବୋଲି ଭୟ ରହିଛି ।

H5N1 ଜୀବାଣୁ ମଣିଷ ସମେତ ବହୁ ସଂଖ୍ୟକ ସ୍ତନ୍ୟପାୟୀ ଜୀବଙ୍କୁ ସଂକ୍ରମିତ କରିପାରେ । ପିଟ୍ସବର୍ଗରେ ପକ୍ଷୀ ଫ୍ଲୁ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ଡକ୍ଟର ସୁରେଶ କୁଚିପୁଡି ଏକ ଚେତାବନୀ ଦେଇଛନ୍ତି । ଡକ୍ଟର ସୁରେଶ କୁଚିପୁଡି ଦାବି କରିଛନ୍ତି ଯେ, ଏହି ଭୂତାଣୁ ବଡ଼ ମହାମାରୀ ସୃଷ୍ଟି କରିପାରେ । ବିଶେଷଜ୍ଞମାନେ ଉଦ୍ୱେଗ ପ୍ରକାଶ କରିଛନ୍ତି ଯେ, ବାର୍ଡ ଫ୍ଲୁ ସଂକ୍ରମଣ ଶୀଘ୍ର ମହାମାରୀର ରୂପ ନେଇପାରେ ଏବଂ ଏହାର ମୃତ୍ୟୁ ହାରକୁ ବିଚାର କଲେ ଏହା କରୋନା ତଥା କୋଭିଡ୍ ୧୯ ମହାମାରୀ ଅପେକ୍ଷା ଶହେ ଗୁଣ ଅଧିକ ବିପଜ୍ଜନକ ହୋଇପାରେ । ଏକ ମିଡିଆ ରିପୋର୍ଟରେ ଏ ବାବଦରେ ସୂଚନା ଦିଆଯାଇଛି । ଏହି ରିପୋର୍ଟରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, H5N1 ଜୀବାଣୁ ଏକ ଜଟିଳ ପରିସ୍ଥିତି ଆଡକୁ ଗତି କରୁଛି । ଏହା ସମଗ୍ର ବିଶ୍ୱରେ ମହାମାରୀ ସୃଷ୍ଟି କରିପାରେ ବୋଲି ଭୟ ରହିଛି ।

Advertisement

ଡକ୍ଟର ସୁରେଶ କୁଚିପୁଡି ଦାବି କରିଛନ୍ତି ଯେ, ଏହି ଭୂତାଣୁ ଆଗକୁ ବିସ୍ତାର ହୋଇ ବଡ ମହାମାରୀ ସୃଷ୍ଟି କରିପାରେ । ଏଥିସହ ସେ କହିଛନ୍ତି ଯେ, ପୃଥିବୀର ଅନେକ ସ୍ଥାନରେ ବାର୍ଡ ଫ୍ଲୁ ସଂକ୍ରମଣ ଏବେ ବି ରହିଛି । ବହୁ ସଂଖ୍ୟକ ସ୍ତନ୍ୟପାୟୀ ପ୍ରାଣୀ ଏହା ଦ୍ୱାରା ସଂକ୍ରମିତ ହେଉଛନ୍ତି । ବର୍ତ୍ତମାନ ସମୟ ଆସିଛି ଆମେ ଏହା ବିରୁଦ୍ଧରେ ପ୍ରସ୍ତୁତ ହେବା ଆବଶ୍ୟକ । ନଚେତ ଆଗକୁ ଜଟିଳ ପରିସ୍ଥିତିର ଆଶଙ୍କା ରହିଛି । ମିଡିଆ ରିପୋର୍ଟରେ ଅନ୍ୟ ଜଣେ ବିଶେଷଜ୍ଞ କହିଛନ୍ତି ଯେ, କରୋନା ମହାମାରୀ ଅପେକ୍ଷା ବାର୍ଡ ଫ୍ଲୁ ସଂକ୍ରମଣ ଅଧିକ ବିପଜ୍ଜନକ ହୋଇପାରେ । ବାର୍ଡ ଫ୍ଲୁ ମହାମାରୀ କୋରନା ମହାମାରୀଠାରୁ ୧୦୦ ଗୁଣ ଅଧିକ ବିପଜ୍ଜନକ ବୋଲି ସେ ଦାବି କରିଛନ୍ତି । ବାର୍ଡ ଫ୍ଲୁ ମହାମାରୀରେ ମୃତ୍ୟୁ ହାର କୋରନା ତୁଳନାରେ ଖୁବ୍ ଅଧିକ ହେବ । ଯଦି ଏହା ମଣିଷ ନିକଟରେ ପରିବର୍ତ୍ତନ ହେବା ଆରମ୍ଭ କରେ ତେବେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *