Pratidin TV

Odisha's Digital News Platform

ହୁ ଦେଲା ସତର୍କବାଣୀ , ଗାଈର କ୍ଷୀରରୁ ମିଳିଲା ବାର୍ଡ ଫ୍ଲୁ ଷ୍ଟ୍ରେନ୍ ..

1 min read

କ୍ଷୀରକୁ ଏକ ସମ୍ପୁର୍ଣ୍ଣ ଆହାର ମନାଯାଏ ଯାହାକୁ ପିଇବା ଆମ ଶରୀର ପାଇଁ ଖୁବ୍ ଲାଭକାରୀ । କ୍ଷୀର ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଯାହାଦ୍ୱାରା କୌଣସି ରୋଗ ଆମକୁ ଛୁଇଁ ବି ପାରିବ ନାହିଁ । ହେଲେ ଏବେ ସେହି କ୍ଷୀର ମଣିଷ ପାଇଁ ଅଭିଶାପ ପାଲଟିଛି ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲୁ ଭାଇରସ୍ ଷ୍ଟ୍ରେନ୍ ଏଚ୍‌୫ଏନ୍‌୧(H5N1) ଚିହ୍ନଟ ହୋଇଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ କରିଛି । ତେବେ ସ୍ୱାସ୍ଥ୍ୟ ଅଧିକାରୀମାନେ ଦୋକାନବଜାରରେ ସହଜରେ ଉପଲବ୍ଧ ହେଉଥିବା ପାଶ୍ଚ୍ୟରାଇଜ୍ କ୍ଷୀର, ବ୍ୟବହାର ପାଇଁ ନିରାପଦ ରହିଥାଏ ବୋଲି କହିଛନ୍ତି । କାରଣ ଏହା କ୍ଷତିକାରକ ବ୍ୟାକ୍ଟେରିଆକୁ ଦୂର କରିଥାଏ । ୧୯୯୬ରେ ଏଚ୍‌୫ଏନ୍‌୧ ଚିହ୍ନଟ ହୋଇଥିଲା । ଏହାପରେ ନାଟକୀୟ ଭାବେ ଭାଇରସ୍ ବୃଦ୍ଧି ପାଇଥିଲା ।

୨୦୨୦ରୁ ବାର୍ଡ ଫ୍ଲୁ ବ୍ୟାପିବା ଦ୍ୱାରା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ବନ୍ୟ ପକ୍ଷୀ ଏବଂ କୁକୁଡ଼ା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଏହି ଭାଇରସ୍ ମଣିଷ, ବିଲେଇ, ଭାଲୁ, ଠେକୁଆ,ମିଙ୍କ, ଏପରିକି ପେଙ୍ଗୁଇନ୍ ସମେତ ବିଭିନ୍ନ ସ୍ତନ୍ୟପ୍ରାଣୀ ପ୍ରାଣୀଙ୍କୁ ସଂକ୍ରମିତ କରିବା ଆରମ୍ଭ କରିଛି । ଗତ ମାସରେ ଗାଈ ଏବଂ ଛେଳି ପ୍ରଭାବିତ ପଶୁମାନଙ୍କ ତାଲିକାରେ ଯୋଡ଼ି ହୋଇଥିଲେ, ଯାହାକି ବିଶେଷଜ୍ଞ ଙ୍କୁ ଚମକାଇଥିଲା । ରିପୋର୍ଟ ଅନୁଯାୟୀ ୬ ରାଜ୍ୟର ୧୩ ଗୋରୁ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି । ଟେକ୍ସାସ, କାନମାସ, ମିଚିଗାନ୍‌, ନ୍ୟୁ ମେକ୍ସିକୋ, ଆଇଡାହୋ, ଓହିଓ, ଉତ୍ତର କାରାଲିନା ଏବଂ ଦକ୍ଷିଣ ଡାକାଟୋରୁ ଅସୁସ୍ଥ ଗାଈଙ୍କ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ଫାର୍ମଗୁଡ଼ିକରେ ମୃତ ପକ୍ଷୀ ଦେଖିବାକୁ ମିଳିଥିଲା । ଲାବୋରେଟୋରୀ ପରୀକ୍ଷଣରୁ କେତେକ ଗାଈ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

Advertisement

ଡବ୍ଲୁଏଚ୍‌ଓର ଗ୍ଲୋବାଲ୍ ଇନ୍‌ଫ୍ଲୁଏନ୍ଜା ପ୍ରୋଗ୍ରାମ ମୁଖ୍ୟ ଡା. ୱେଙ୍କିଙ୍ଗ ଝାଙ୍ଗ କହିଛନ୍ତି ଯେ, ଟେକ୍ସାସ୍‌ରେ ଜଣେ ବ୍ୟକ୍ତି ବାର୍ଡ ଫ୍ଲୁ ସଂକ୍ରମିତ ଗାଈଠାରୁ ସଂକ୍ରମିତ ହୋଇଛନ୍ତି । ପକ୍ଷୀରୁ ଗାଈ, ଗାଈରୁ ଗାଈ ଏବଂ ଗାଈରୁ ପକ୍ଷୀ ସଂକ୍ରମଣ ପଞ୍ଜିକୃତ ହୋଇଛି । ଏବେ ଆମେରିକାରେ ସଂକ୍ରମିତ ଗାଈଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅଧିକ ମାତ୍ରାରେ ଜୀବାଣୁ ଗାଈର କ୍ଷୀରରୁ ମିଳିବା ପରେ ବିଶେଷଜ୍ଞମାନେ ଅନୁସନ୍ଧାନ ଆରମ୍ଭ କରିଛନ୍ତି । କ୍ଷୀରରେ ଏହି ଜୀବାଣୁ କେତେ ଦିନ ବଞ୍ଚିପାରିବ ତାହା ଜଣାପଡ଼ିବ ବୋଲି ଡା ଝାଙ୍ଗ କହିଛନ୍ତି । ତେବେ ନିରାପତ୍ତା ଲାଗି ପାଶ୍ଚରାଇଜ୍ କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *