Pratidin TV

Odisha's Digital News Platform

କାହିଁକି ଜୀବନ ହାରିଲେ ଷଷ୍ଠ ବାଟାଲିୟନରେ ହାବିଲଦାର ତ୍ରିଲୋଚନ ? ବାରାକ୍ ଭିତରୁ ମୃତଦେହ ଉଦ୍ଧାର

1 min read

କଟକ : ଜୀବନ ହାରିଲେ କଟକ ଓ ଏମ୍ ପି ଷଷ୍ଠ ବାଟାଲିୟନ ହାବିଲଦାର । ମୃତ ହାବିଲଦାର ନାଁ ତ୍ରିଲୋଚନ ସେଠି । ଗତକାଲି ବିଳମ୍ବିତ ରାତିରେ ସେ ରହୁଥିବା ବାରାକ ଭିତରେ ଫ୍ୟାନ ରେ ରସି ଲଗାଇ ଝୁଲିପଡିଥିବା ଥିବା ସୂଚନା ମିଳିଛି। ସୂଚନା ପାଇଁ ଘଟଣା ସ୍ଥଳରେ ଚାଉଳିଆଗଞ୍ଜ ଥାନା ପୋଲିସ ପହଞ୍ଚି ତ୍ରିଲୋଚନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଜୋନ-୫ ଏସିପି କୃଷଚନ୍ଦ୍ର ସେଠି ଏବଂ ବାଟାଲିଅନ ର ଦୁର୍ଗପତି, ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ଉପସ୍ଥିତ ରେ ଶବ ବ୍ୟବଛେଦ ପାଇଁ ଏସ ସି ବି ମେଡିକାଲ କୁ ପଠାଯାଇଛି । ଅନ୍ୟପଟେ ଏପରି ଏକ ଘଟଣା ପୋଲିସ ପହଞ୍ଚି ମୃତ୍ୟୁର କାରଣ ବିଷୟରେ ଅନୁସନ୍ଧାନ ଜାରୀ ରଖିଛି ।

ତେବେ ତ୍ରିଲୋଚନ ୨୦୦୮ ମସିହା ଠାରୁ ସିପାହୀ ରେ କାର୍ଯ୍ୟରତ ଭାବେ ଯୋଗ ଦେଇଥିଲେ ଆଉ ଏବେ ହାବିଲଦାର ଭାବେ ଷଷ୍ଠ ବାଟାଲିୟନ ରେ କାର୍ଯ୍ୟରତ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *