Pratidin TV

Odisha's Digital News Platform

ହୀରାକୁଦ ଅଞ୍ଚଳରେ ହଇଜା ଆତଙ୍କ ; ୪୩ ରୁ ଉର୍ଦ୍ଧ ଆକ୍ରାନ୍ତ …

ସମ୍ବଲପୁର ; ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ନିକଟସ୍ଥ ମହମ୍ମଦପୁର ଗାଁ ଅଞ୍ଚଳରେ ଝାଡାବାନ୍ତି ଆତଙ୍କ । ବର୍ତ୍ତମାନ ସୁଦ୍ଧା ଏହି ଗାଁର ୪୩ ଜଣ ବ୍ୟକ୍ତି ହଇଜା ରୋଗରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇ ସାରିଛନ୍ତି । ଏପରିକି ଜଣେ ହଇଜା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହାକୁ ଖଣ୍ଡନ କରିବା ସହ ବ୍ୟକ୍ତି ଜଣକ ନିମୋନିଆ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବାର ସୂଚନା ଦିଆଯାଇଛି ।

ମୃତ ବ୍ୟକ୍ତି ଜଣକ ଅତ୍ୟଧିକ ମଦ୍ୟପାନ କରୁଥିବା ଯୋଗୁଁ ତାଙ୍କର ଗମ୍ଭୀର ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା ବୋଲି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି । ଅନ୍ୟପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ ମହମ୍ମଦ ପୁର ଗାଁ ପରିଦର୍ଶନ କରି ଘରକୁ ଘର ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କ ଚିକିତ୍ସା ଜାରି ରଖିଛିନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ହଇଜା ରୋକିବା ପାଇଁ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ସେବନ କରିବାକୁ ପରାମର୍ଶ ଦିଆଯିବା ସହ ଖାଇବା ପୂର୍ବରୁ ଭଲ ଭାବରେ ସାବୁନ ରେ ହାତ ଧୋଇବାକୁ କୁହାଯାଇଛି । ଏହାସହ ଲୋକ ମାନଙ୍କୁ ଜଳ ବିଶୋଧନ କାରୀ ବଟିକା ମଧ୍ୟ ପ୍ରଦାନ କରାଯାଇଛି ।

ତେବେ ସ୍ଥାନୀୟ ଲୋକ ଏହି ଅଞ୍ଚଳରେ ଯାଇଥିବା କେନାଲ ର ପାଣି ଗାଧୋଇବା ସହ ଏହି ପାଣି କୁଳି କରୁଥିବାରୁ ଏହି ରୋଗ ବ୍ୟାପି ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହାସହ ଏହି କେନାଲ ର ପାଣିର ନମୁନା କୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ଲ୍ୟାବ କୁ ପଠାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଓ ସ୍ୱାଭାବିକ ଥିବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *