Pratidin TV

Odisha's Digital News Platform

ଚାକିରୀ ଛାଡି ଶାଶୂ –ବୋହୂ ଆରମ୍ଭ କଲେ ‘ଅଏଲ୍ ବିଜନେସ’ , ଏବେ ଦିନକୁ ମିଳୁଛି ୧୦୦ ଅଡର୍ସ..

ନୂଆଦିଲ୍ଲୀ ; ଜେଜେମାଙ୍କ ଆଇଡିଆ ଦେଖାଇଲା ରାସ୍ତା । ଚାକିରୀ ଛାଡି ନିଜେ ଆରମ୍ଭ କଲେ ବିଜନେସ୍ ହାତ ବଢେଇଲେ ଶାଶୂ ଚାଲିଲା ଛୋଟ ଅଏଲ କମ୍ପାନୀ । ଏବେ ମାସକୁ ମିଳୁଛି ୨୦୦ ରୁ ଅଧିକ ଅଡର୍ସ । ଘରେ ବସି ଟଙ୍କା ରୋଜଗାର କରୁଛନ୍ତି ଶାଶୂ ବୋହୂ ।

ଆମେ କହୁଛୁ ଗୁରୁଗ୍ରାମର ସପ୍ଟୱେୟାର ଇଞ୍ଜିନିୟର ନିଧି ଦୂଆଙ୍କ କଥା । ଯିଏ ନିଜ ଶାଶୂଙ୍କ ସହ ମିଶି ଏକ ହର୍ବାଲ ହେୟାର ଅଏଲ ବିଜନେସ୍ ଚଳାଉଛନ୍ତି । ଯାହାର ନାମ ନିଧି ଗ୍ରାଣ୍ଡମା ସିକ୍ରେଟ୍ । ଘରେ ବସି ହିଁ ଶାଶୂ ବୋହୂ ଦୁହେଁ ଏହି ତେଲ ପ୍ରସ୍ତୁତ କରିଥାନ୍ତି । ତେବେ ନିଧିଙ୍କ ଏହି ହେୟାର ଅଏଲକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା । କାରଣ ଏହି ତେଲକୁ ବ୍ୟବହାର କରିସାରିଥିବା ପ୍ରାୟ ୫ ହଜାର ମହିଳା ନିଜ ଚୁଟି ଛଡା ସମସ୍ୟାରୁ ମୁକ୍ତି ପାଇଛନ୍ତି । କହିବାକୁ ଗଲେ ନିଧି ଜଣେ ସପ୍ଟୱେୟାର ଇଞ୍ଜିନିୟର କିନ୍ତୁ ନିଜ ଛୁଆ ହେବା ପରେ ସେ ନିଜ ଛୁଆକୁ ଅଧିକ ସମୟ ଓ ଭଲ ଳାଳନ ପାଳନ ପାଇଁ ଚାକିରି ଛାଡିଦେଲେ । କିନ୍ତୁ ସେ ସମୟରେ ନିଧି କଦାପି ଭାବିନଥିଲେ ଯେ ସେ କେବେବି ଏଭଳି ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଯିବେ । ଏବଂ ନିଜର ଏକ ବିଜନେସ୍ ଆରମ୍ଭ କରିବେ ଯାହା ତାଙ୍କୁ ଦେଶରେ ଭିନ୍ନ ପରିଚୟ ଦେବ ।

ଠିକ୍ ଏହି ସମୟରେ ଦେଶରେ କୋରୋନା ମହାମାରୀକୁ ନେଇ ଲକଡାଉନ୍ ହୋଇଗଲା । ଆଉ ଏହି ସମୟରେ ଅଧିକାଂଶ ସମୟ ମୋବାଇଲରେ କଟିଲା ନିଧିଙ୍କର । ନିଜ ପଡୋଶୀ ଓ ମୋବାଇଲର କଣ୍ଟାକ୍ଟରୁ ନିଧି ଜାଣିବାକୁ ପାଇଲେ ଯେ ଆଜିକାଲିର ସମସ୍ତ ମହିଳା ମାନେ ପ୍ରାୟତ କେଶ ଛଡିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ନିଧି ବ୍ୟବହାର କରୁଥିବା ହର୍ବାଲ ଘରୋଇ ପ୍ରସ୍ତୁତ ତାଙ୍କ ଜେଜେ ମାଙ୍କ ତେଲ ଲଗାଇବା ଦ୍ୱାରା ନିଧିଙ୍କର କେଶ ସମସ୍ୟା ଦେଖାଦେଉଥିଲା । ତେଣୁ ନିଧି ନିଜ ଜେଜେମାଙ୍କ ରେସିପି/ପ୍ରଣାଳୀରେ ତେଲ ପ୍ରସ୍ତୁତ କରି ପ୍ରଥମେ ନିଜ ମୁଣ୍ଡରେ ପ୍ରୟୋଗ କଲେ ଏବଂ ନିଜ ପଡୋଶୀମାନଙ୍କୁ ବ୍ୟବହାର କରିବାକୁ ଦେଲେ । ୧ ମାସ ପରେ ନିଧି ଏହାର ରେଜଲ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ତାଙ୍କ ପଡୋଶୀମାନଙ୍କର କେଶ ଛଡିବା ସମସ୍ୟା ସମୂର୍ଣ୍ଣ କମିଯାଇଥିଲା । ଏହାପରେ ସେ ନିଜ ଶାଶୂଙ୍କ ସହ ମିଶି ଏହି ଅଏଲ ବିଜନେସ୍ ଆରମ୍ଭ କଲେ ଏବଂ ଧିରେ ଧିରେ ହ୍ୱାଟସ୍‌ଆପ ଗ୍ରୁପ୍ ଏବଂ ପରେ ନିଜର ଏକ ପେଜ୍ ଖୋଲି ସେଥିରେ ଭିଡିଓ ଓ ଅଏଲ ବିଷୟରେ ପୋଷ୍ଟ କଲେ । ଏବଂ ଏହା ନିଧିଙ୍କ ବିଜନେସ୍ ପାଇଁ ଖୁବ୍ ଳାଭଦାୟକ ହୋଇଥିଲା । ନିଧି ଏବଂ ତାଙ୍କ ଶାଶୁୂଙ୍କ ଏକ ଭିଡିଓ ଭାଇରାଲ ହେବାପରେ ତାଙ୍କ ପାଖକୁ ଗୋଟେ ଗୋଟେ ଦିନରେ ୧୦୦ ରୁ ଅଧିକ ଅଡର୍ସ ଆସିବାକୁ ଲାଗିଲା । ବର୍ତ୍ତମାନ ନିଧି ଇଷ୍ଟାଗ୍ରାମ , ଫେସବୁକ୍ ଏବଂ ନିଜର ଏକ ୱେବସାଇଟ୍ ଜରିଆରେ ଏହି ବିଜନେସ୍ ଚଳାଉଛନ୍ତି ଆଉ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

Leave a Reply

Your email address will not be published. Required fields are marked *