Pratidin TV

Odisha's Digital News Platform

ଘରେ ପ୍ରାକୃତିକ ଉପାୟରେ କରନ୍ତୁ ନିଜର ହେୟାର ଷ୍ଟ୍ରେଟନିଂ…


ପୁରୁଷ ହୁଅନ୍ତୁ ବା ମହିଳା, ନିଜ ଚୁଟିକୁ ନେଇ ସମସ୍ତେ ସଚେତନ । ଖାସକରି ମହିଳାମାନେ ସେମାନଙ୍କର କେଶକୁ ନେଇ ବେଶି ଚିନ୍ତା କରନ୍ତି । କେଶର ଯତ୍ନ ପାଇଁ ସେ ବିଭିନ୍ନ ଜିନିଷ ନିଜ ଚୁଟିରେ ବ୍ୟବହାର କରିଥାନ୍ତି । ତେବେ ଆଜିକାଲି ଅଧିକାଂଶ ମହିଳାଙ୍କର ପସନ୍ଦ ଷ୍ଟ୍ରେଟ ହେୟାର । ସେଥିପାଇଁ ମହିଳା ମାନେ ପାର୍ଲର ଯାଇ ହେୟାର ଷ୍ଟ୍ରେଟ କରିଥାନ୍ତି । ହେଲେ ଏହା ଅଧିକ ମୁଲ୍ୟ ହୋଇଥିବା ବେଳେ ଅନେକ ସମୟରେ ଷ୍ଟ୍ରେଟ ହେୟାର ସାଇଡ୍ ଇଫେକ୍ଟ ମଧ୍ୟ ଦେଖାଦେଇଥାଏ । କିନ୍ତୁ ଆପଣ ଚାହିଁଲ ପ୍ରାକୃତିକ ଉପାୟରେ ଘରେ ବସି ବି ଚୁଟିକୁ ଷ୍ଟ୍ରେଟ୍ନିଂ କରପାରିବେ । ହଁ ଆଜ୍ଞା ଚୁଟି ପାଇଁ ନଡ଼ିଆ ରସର ବ୍ୟବହାର ଅନେକ ଦିନରୁ ହୋଇ ଆସୁଛି । କୁହାଯାଇଥାଏ ଯେ ନଡିଆ ରସକୁ ଚୁଟରେ ଲଗାଇଲେ ଚୁଟି ସିଧା ହୋଇଥାଏ । କେବଳ ସେତିକି ନୁହେଁ ନଡିଆ ରସ ଦ୍ୱାରା ଚୁଟି ସିଧା ହେବା ସହ ଚମକ ବି ବଢିଯିବ । ଏହାଛଡା ଆଉ କେଉଁ ଉପାୟରେ ଆପଣଙ୍କ ଚୁଟିକୁ ଷ୍ଟ୍ରେଟ କରିପାରିବେ ଆସନ୍ତୁ ଜାଣିବା ।
କ୍ଷୀର
କ୍ଷୀର ଆପଣଙ୍କ ଚୁଟିକୁ ସିଧା କରିବାର ଆଉ ଏକ ପ୍ରାକୃତିକ ଉପଚାର । ଯଦି ଆପଣଙ୍କ ପାଖରେ ନଡ଼ିଆ ରସ ନାହିଁ ତେବେ ଆପଣ କ୍ଷୀରକୁ ମଧ୍ୟ କେଶରେ ବ୍ୟବହାର କରିପାରିବେ । ଏହା ବ୍ୟତୀତ କ୍ଷୀର ଏକ ଭଲ ଡାଏ ସଲ୍ୟୁସନ ଯାହା ପ୍ରାକୃତିକ ଉପାୟରେ ଚୁଟିର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ।
ଅଣ୍ଡାର ଧଳା ଅଂଶ
ଚୁଟିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କେରାଟିନ ଟ୍ରିଟମେଣ୍ଟ କରିଥାନ୍ତି । ଏହା ଦ୍ୱାରା ଚୁଟିର ଚମକ ବଢିଥାଏ । ତେଣୁ ଅଣ୍ଡାର ଧଳାଅଂଶ ହେଉଛି ସବୁଠାରୁ ଭଲ ପ୍ରାକୃତିକ କେରାଟିନ ଟ୍ରିଟମେଣ୍ଟ । ଏହା ଚୁଟିକୁ ଖାଲି ସିଧା କରି ନ ଥାଏ, ବରଂ ଚୁଟିର ସାମଗ୍ରିକ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
ଆଲୋଭେରା ବା ଘିଁ କୁଆରୀ
ଆଲୋଭେରା ଏମିତି ଏକ ଔଷଧୀୟ ବୃକ୍ଷ ଯାହାର ମଣିଷକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆଲୋଭେରାର ଅବଦାନ ବି କିଛି କମ ନୁହେଁ । ଆଲୋଭେରା ସବୁଠାରୁ ଭଲ ହେୟାର କଣ୍ଡିସନର । ଆଲୋଭେରା ଜୁସ୍ରେ ରହିଛି ପ୍ରୋଟେୟୋଲାଟିକ ଏନ୍ଜାଇମ୍ ଯାହା ଖପୁରୀରେ ଥିବା ମୃତ କୋଷିକାକୁ ଜୀବନ୍ତ କରିବାରେ ସାହାଯ୍ୟ କରିଥାଏ ।
ଅଲିଭ ଅଏଲ
ଅଲିଭ ତେଲ ଏକ ଭଲ ମଇଶ୍ଚରାଇଜର । ବିଭିନ୍ନ ପ୍ରକାର ଚୁଟି ଜନିତ ସମସ୍ୟାକୁ ଏହା ଦୂର କରିଥାଏ । ଡ୍ୟାନଡ୍ରପ୍‌, ଶୁଖିଲା ତଥା ପୋଡ଼ା ଦାମ, ରୁକ୍ଷ କେଶରେ ଅଲିଭ ଅଏଲକୁ ଅଳ୍ପ ଉଷୁମ କରି ଲଗାଇଲେ ଏହାର ଉପକାର ପାଇପାରିବେ ।
ଉପକାରୀ ମହୁ
ଆଲୋଭେରା ଆଉ ଏକ ମହାନ ଅବଦାନ ହେଉଛି ହନି ବା ମହୁ । ମୁଣ୍ଡ ତଥା ଚୁଟିର ବିଭିନ୍ନ ସମସ୍ୟାର ପ୍ରତିଷେଧକ ମହୁ । ଡାନଡ୍ରପ ରୋକିବା ସହ ଚୁଟିକୁ ସିଧା କରିବାରେ ସାହାୟକ ହୋଇଥାଏ ।
କଦଳି
ଚୁଟି ସିଧା କରିବା ପାଇଁ ଆପଣ କଦଳି ବ୍ୟବହାର କରିପାରିବେ । ଏହା ଚୁଟିକୁ ନରମ ଓ କୋମଳ କରବା ସହ ଡ୍ୟାନଡ୍ରପ ବି ରୋକିଥାଏ । ଏହାବ୍ୟତୀତ କଦଳି ସହ ମହୁ, ନଡ଼ିଆ ଓ ଅଣ୍ଡାର ମିଶ୍ରଣକୁ ଭଲ କର ଫେଣ୍ଟି ଚୁଟିରେ ଲଗାନ୍ତୁ । ଉପକାର ଅନୁଭବ କରିପାରିବେ ।
ଭାରି ଦରକାରୀ ଦହି
ଆଣ୍ଟି ଡାନଡ୍ରପ ଭାବେ ଅଧିକାଂଶ ମହିଳା କେଶରେ ଦହିକୁ ବ୍ୟବହାର କରିଥାନ୍ତି । ଏହା ବ୍ୟତୀତ ଚୁଟିରେ ଦହି ଲଗାଇଲେ ସିଧା ହେବା ସହ କୋମଳ ମଧ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *