Pratidin TV

Odisha's Digital News Platform

ନୂଆ ଲୁକ୍ରେ ନଜର ଆସିଲେ ରାହୁଲ , ଗଲେ କେମ୍ବ୍ରିଜ୍- ୟୁନିଭରର୍ସିଟି ..

1 min read


ନୂଆଦିଲ୍ଲୀ : ୧୭୦ ଦିନ ପରେ ଦାଢି-ନିଶ ଟ୍ରିମ କଲେ ରାହୁଲ । ଲଣ୍ଡନରେ ନୂଆ ଲୁକରେ ନଜର ଆସିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆ ଲୁକ ସାମ୍ନାକୁ ଆସିଛି । ଏବେ ସେ ବ୍ରିଟେନ ଗସ୍ତରେ ଅଛନ୍ତି । ସେଠାରେ ସେ କେମ୍ବ୍ରିଜ ୟୁନିଭର୍ସିଟିରେ ଲେକ୍ଚର ଦେବେ । ଏହା ପୂର୍ବରୁ ତାଙ୍କ ନୂଆ ଲୁକର ଫଟୋ ସାମ୍ନାକୁ ଆସିଛି । ରାହୁଲ ଦାଢି-ନିଶ ଟ୍ରିମ କରି ନେଇଛନ୍ତି । ଏହାସହ ଫଟୋରେ ସେ ଟାଇ-କୋର୍ଟ ପିନ୍ଧିଥିବା ଦେଖାଯାଇଛି ।

୭ ସେପ୍େଟମ୍ବର ୨୦୨୨ରେ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବା ପରେ ରାହୁଲ କିଛି ରାଜ୍ୟରେ ଯାତ୍ରାରେ ବାହାରି ଥିଲେ । ବାସ୍ତବରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୩୫୭୦ କିଲୋମିଟରର ଭାରତ ଯୋଡା ଯାତ୍ରା ଅଭିଯାନ ଚାଲିଥିଲା । ଆଉ ଏହି ସମୟରେ ରାହୁଲ ଏକ ଧଳା ଟି ସାର୍ଟ ପିନ୍ଧିଥିବାର ନଜର ଆସିଥିଲେ । ସେତେବେଳେ ତାଙ୍କ ଦାଢ଼ି ମଧ୍ୟ ବଢିଯାଇଥିଲା । ତାଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା । ରାହୁଲଙ୍କ ଦାଢି-ନିଶ ଲୁକକୁ ଦେଖି କେହି ତାଙ୍କୁ ସାଧୁ ସନ୍ଥ କହିଥିଲେ ତ ଆଉ କେହି ଆଉ କ’ଣ କହିଥିଲେ । ଏବେ ପୁଣିଥରେ ରାହୁଲ ନୂଆ ଲୁକରେ ଆସିଯାଇଛନ୍ତି ।

ରାହୁଲ ତାଙ୍କ ନିଶ-ଦାଢି ଟ୍ରିମ କରି ନେଇଛନ୍ତି । ଏହି ଫଟୋରେ ରାହୁଲ ଦାଢ଼ି କାଟିଥିବାବେଳେ କୋଟ-ଟାଇ ପିନ୍ଧିଥିବାର ଦେଖିବାକୁ ମିଳିଛି । ତାଙ୍କର ଏହି ଲୁକ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉଲ୍ଲେଖ ଥାଉ କି ଭାରତ-ଚୀନ୍ ସମ୍ପର୍କ ଏବଂ ଗଣତନ୍ତ୍ର ଉପରେ ଭାଷଣ ଦେବା ପାଇଁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଆଉ ଏହି ନିମନ୍ତ୍ରଣ ପାଇବା ପରେ ରାହୁଲ ମଧ୍ୟ ବେଶ ଉତ୍ସାହିତ ହୋଇପଡିଥିଲେ ।
ସୁଦଙ୍କୁ

Leave a Reply

Your email address will not be published. Required fields are marked *