Pratidin TV

Odisha's Digital News Platform

ରଥପଦା ଜଙ୍ଗଲରୁ ଅର୍ଧଦଗ୍ଧ ଅବସ୍ଥାରେ ଶବ ଉଦ୍ଧାର , ମିଳିପାରୁନି ପରିଚୟ ..

1 min read

ଯାଜପୁର : ଯାଜପୁର ଟମକା ଥାନ ଅନ୍ତର୍ଗତ ରଥପଦାଠାରେ ଅର୍ଧଦଗ୍ଧ ଅବସ୍ଥାରେ ଶବ ଉଦ୍ଧାର। ସୂଚନା ମୁତାବକ ଟମକା ଥାନ ଅନ୍ତର୍ଗତ ରଥପଦାଠାରେ ଆଜି ସକାଳ ସମୟରେ ସ୍ଥାନୀୟ ଶୌଚ କରିବାକୁ ଆସିଥିବା ବେଳେ ଅର୍ଧଦଗ୍ଧ ଅବସ୍ଥାରେ ଜଳୁ ଥିବାର ଦେଖିଥିଲେ ଏବଂ ଦୌଡ଼ି ପଳେଇ ରଥପଦା ଗ୍ରାମବାସୀଙ୍କୁ ଜଣେଇଥିଲେ । ସ୍ଥାନୀୟ ଲୋକ ଆସି ଦେଖିବାପରେ ଟମକା ପୋଲିସକୁ ଖବର ଦେଇଥିଲେ ।

ତେବେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣା ପଡ଼ିଛି।କିଏ କଲା ଓ କେମିତି ପୋଡିଲା କାରଣ ଅସ୍ପଷ୍ଟ ରହିଥିବା ବେଳେ ଗତ କାଲି ବିଳମ୍ବିତ ରାତିରେ ହୋଇଥିବା ସୂଚନା। ହତ୍ୟା ସନ୍ଦେହ ଟମକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖଛନ୍ତି।

Advertisement

ତେବେ ଗ୍ରାମବାସୀଙ୍କ ପ୍ରତିକ୍ରିୟାରୁ ଜଣାପଡିଛି ଯେ ଗତକାଲି ଏକ ବୋଲର ଶବ ମିଳିଥିବା ପାଖ ରାସ୍ତାରେ ପ୍ରାୟ ଅଧ ଘଣ୍ଟାକାଳ ଛିଡାହୋଇ ରହିଥିଲା । ଗାଡି ଖରାପ ହୋଇଛି ଭାବି ସ୍ଥାନୀୟ ଲୋକେ ଏତେଟା ଧ୍ୟାନ ଦେଇନଥିଲେ ।

Leave a Reply

Your email address will not be published. Required fields are marked *