Pratidin TV

Odisha's Digital News Platform

ବିଜେପି ସରକାର ଶପଥ ସମାରୋହ ପାଇଁ ଭୁବନେଶ୍ୱରରେ ଅଧାଦିନ ସରକାରୀ ଛୁଟି

ଆସନ୍ତାକାଲି ରାଜ୍ୟରେ ପ୍ରଥମ ଥର ପାଇଁ ଓଡ଼ିଶାରେ ବିଜେପି ସରକାର ଗଠନ ହେବାକୁ ଯାଉଛି | ଆସନ୍ତାକାଲି ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ସମାରୋହ ଆରମ୍ଭ ହେବାକୁ ଯାଉଛି | ଏହି ସମାରୋହ ଜନତା ମଇଦାନରେ ଆୟୋଜିତ ହେବାକୁ ଯାଉଛି | ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ। ଏହି ଶପଥ ସମାରୋହ ପାଇଁ ରାଜ୍ୟ ସରକାର ବୁଧବାର ଅଧାଦିନ ଛୁଟି ଘୋଷଣା କରିଛନ୍ତି।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ଅନୁସାରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ପାଇଁ ଭୁବନେଶ୍ୱରରେ ଥିବା ରାଜ୍ୟର ସମସ୍ତ ସରକାରୀ ଅଫିସ୍ ଓ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ ଆସନ୍ତା ୧୨ତାରିଖ ଦିନ ୧ଟାରୁ ଛୁଟି ରହିବ ।

ସୂଚନା ଆନୁଯାୟୀ, ଜୁନ ୧୨ ତାରିଖ ବୁଧବାର ଦିନ ଭୁବନେଶ୍ୱର ଜନତା ମଇଦାନ ସ୍ଥିତ ବିଜେପିର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ | ଏହି ଶପଥ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ସମସ୍ତଙ୍କୁ ଦୁଇଟି ଲେଖାଏଁ ଦୀପ ନିଜ ଘରେ ଜାଳିବାକୁ ଆହ୍ୱାନ କରାଯାଇଛି । କେବଳ ଏତିକି ନୁହେଁ, ଏହି ଶପଥ ସମାରୋହ ପାଇଁ ରାଜ୍ୟ ସରକାର ବୁଧବାର ଅଧାଦିନ ଛୁଟି ଘୋଷଣା କରିଛନ୍ତି।

ଦୀର୍ଘ ୨୪ ବର୍ଷ ପରେ ବିଜେଡି ସରକାରର ଅନ୍ତ ଘଟି ଆସନ୍ତା ୧୨ ତାରିଖ ଦିନ ବିଜେପି ୪.୪୫ ମିନିଟରେ ନିଜ ସରକାର ଗଠନ କରିବାକୁ ଯାଉଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶପଥ ସମାରୋହରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ମୋଦି ଉକ୍ତଦିନ ୨ଟା ୧୦ମିନିଟରେ ଭୁବନେଶ୍ୱରରେ ପହଂଚି ରାଜଭବନ ଯିବେ । ସେଠାରୁ ଜନତା ମଇଦାନରେ ଆୟୋଜିତ ଶପଥ ସମାରୋହରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *