Pratidin TV

Odisha's Digital News Platform

୨୩ ଦିନ ଧରି ଶବ ଖୋଜୁଥିଲେ ପରିବାର, ହେଲେ ଜୀବନ୍ତ ଝିଅକୁ ଫେରାଇଲା ହାମାସ…

1 min read

ଇସ୍ରାଏଲ ହାମାସ ଯୁଦ୍ଧରେ ଇସ୍ରାଏଲ ବନ୍ଦୀଙ୍କୁ ମୁକ୍ତ କରୁଛି ହାମାସ । ଶନିବାର ରାତିରେ ୧୩ ଜଣ ବନ୍ଧକ ଇସ୍ରାଏଲରେ ପହଞ୍ଚିବା ମାତ୍ରେ ଜଣେ ୯ ବର୍ଷିୟ ଝିଅ ଏମିଲି ହ୍ୟାଣ୍ଡ ବନ୍ଦି ମୁକ୍ତ ହୋଇଥିଲେ । ସେ ଦୈାଡ଼ିଯାଇ ତାଙ୍କ ପିତାଙ୍କୁ ଆଲିଙ୍ଗନ କରିଥିଲେ । ଆଉ ଝିଅକୁ ଦେଖି ବାପା ମଧ୍ୟ ଛାତିରେ ଜାବୁଡି ଧର ଥିଲେ । ଆଉ ଉଭୟ ବହୁତ କାନ୍ଦିଥିଲେ । ପରେ ଏମିଲିଙ୍କୁ ଆବଶ୍ୟକ ଚିକିତ୍ସା ପରୀକ୍ଷା ପାଇଁ ଡାକ୍ତରଖାନା ପଠାଯାଇଥିଲା । ତେବେ ଏମିଲିଙ୍କୁ ଜୀବନ୍ତ ଦେଖିବା ପରିବାର ପାଇଁ ଏକ ସ୍ୱପ୍ନ ଥିଲା । କାରଣ ୫୦ ଦିନ ପରେ ହାମାସ ବନ୍ଦୀରୁ ମୁକ୍ତ ହେବା ପରେ ଏମିଲି ତାଙ୍କ ପରିବାରକୁ ଭେଟିଛନ୍ତି । ହାମାସ ଏମିଲିଙ୍କୁ ଅପହରଣ କରିବା ପରେ ପରିବାର ପ୍ରଥମ ୨୩ ଦିନ ତାଙ୍କର ମୃତ୍ୟୁ ହୋଇଛି ବୋଲି ଭାବି ନେଇଥିଲେ । ଆଉ ଅବଶିଷ୍ଟ ୨୭ ଦିନ ସେ ଫେରି ଆସିବେ କି ନାହିଁ ସେହି ଭୟରେ ଥିଲେ ।

ଅକ୍ଟୋବର ୭ ରେ ହାମାସ ଆକ୍ରମଣରେ ସର୍ବାଧିକ ପ୍ରଭାବିତ ହୋଇଥିବା କିବୁତଜ୍ ବେରୀର ଏମିଲି ନିଖୋଜ ହୋଇଥିଲେ । ପରିବାର ଯେତେବେଳେ ଏମିଲିଙ୍କ ବିଷୟରେ ଜାଣିଲେ, ତାଙ୍କୁ କୁହାଯାଇଥିଲା ଯେ ତାଙ୍କୁ ହତ୍ୟା କରାଯାଇଛି । ଏହି ଆକ୍ରମଣରେ ତାଙ୍କୁ ହତ୍ୟା କରାଯାଇଥିବା ଶୁଣିବା ପରେ ପରିବାର ଲୋକ ଏମିଲିଙ୍କ ମୃତଦେହ ଖୋଜିବାକୁ ଚେଷ୍ଟା କରିଥିଲେ । ୨୩ ଦିନ ପରେ, ଅକ୍ଟୋବର ୩୧ ରେ, ପରିବାର ଜାଣିବାକୁ ପାଇଲେ ଯେ ଏମିଲି ଜୀବିତ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଗାଜାରେ ବନ୍ଧକ ରଖିଛନ୍ତି । ବର୍ତ୍ତମାନ ଏମିଲି ଫେରି ଆସିଛନ୍ତି, କେବଳ ପରିବାର ନୁହେଁ ତାଙ୍କ ସାଙ୍ଗ ଏବଂ ସ୍କୁଲ ଶିକ୍ଷକମାନେ ମଧ୍ୟ ଖୁସି ଅଛନ୍ତି ।

Advertisement

Leave a Reply

Your email address will not be published. Required fields are marked *