Pratidin TV

Odisha's Digital News Platform

ଦୃଷ୍ଟିହୀନ ମୂଳାବତୀଙ୍କ ଉପରେ କେବେ ପଡିବ ପ୍ରଶାସନର ଦୃଷ୍ଟି ?

1 min read

ରାୟଗଡା : ୭୫ବର୍ଷ ବୟସରେ କର୍ମ ଆଗରେ ହାର ମାନି ନାହାନ୍ତି ଭିନ୍ନକ୍ଷମ ଦୃଷ୍ଟିହୀନ ମୂଳା ବତୀ । କାହା ଉପରେ ନିର୍ଭର ନ କରି ନିଜେ ଅଣ୍ଟା ଭିଡିଛନ୍ତି ନିଜ ପାଇଁ । ପାଖ ଜଙ୍ଗଲକୁ ଯାଇ ପଥର ଫୋଟେଇ ତାକୁ ଗୁଣ୍ଡ କରି ମୁରୁଜ ବନେଇବା ପରେ ବିକ୍ରି କରି ସେଥିରୁ ଯାହା ଦୁଇ ପଇସା ରୋଜଗାର କରୁଛନ୍ତି । ଦୁଖେ କଷ୍ଟେ ଜୀବନ କାଟିଦେଉଛନ୍ତି ମୂଳାବତୀ ।

ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଂଚାୟତ ବ୍ରହ୍ମଣଗୁଡା ଗାଁରେ । ଗତ ୩୦ ବର୍ଷ ତଳେ ମୂଳାବତୀଙ୍କ ସ୍ୱାମୀ ଆର ପାରିକୁ ଚାଲି ଯିବା ପରେ ଭିନ୍ନକ୍ଷମ ଦୃଷ୍ଟିହୀନ ସହ କାନ ଶୁଣି ପାରୁ ନ ଥିଲେ ମଧ୍ୟ ତଥାପି ହାର ନ ମାନି ଆଜି ନିଜ ଉପରେ ବିଶ୍ୱାସ ରଖି ଜଙ୍ଗଲକୁ ଯାଇ ପଥର ଗୋଟେଇ ତାକୁ ଗୁଣ୍ଡ କରି ମୁରୁଜ ବନେଇବା ପରେ ଗାଁ ଗାଁ ବୁଲି ବିକ୍ରି କରି ଚଳି ଆସୁଛନ୍ତି ମୂଳାବତୀ । ଯାହା ବର୍ତ୍ତମାନର ଅଳସୁଆ ସମାଜ ପାଇଁ ଏକ ବଡ ଶିକ୍ଷା ସୁଷ୍ଟି କରିଥିବା ସମୃକ୍ତ ଅଂଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisement

ମୂଳାବତୀଙ୍କ ଘର କହିଲେ ଗାଁ ମୁଣ୍ଡରେ ଝୁମ୍ପୁଡି ଛୋଟିଆ ଘର ଟିଏ ଥିବା ବେଳେ ଆଜି ପର୍ଯ୍ୟନ୍ତ ମିଳିପାରିନି ସରକାରଙ୍କ ବିଜୁ ପକା ଘର ଖଣ୍ଡେ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ନଥିବା ମୂଳାବତୀ କହିଛନ୍ତି।

ସରକାରଙ୍କ ଯୋଜନା କହିଲେ ଭତ୍ତା ବାବଦରେ ୫ଶହ ଟଙ୍କା ପାଞ୍ଚ କିଲୋ ଚାଉଳ ମିଳିଆସୁ ଥିବା ବେଳେ ଉକ୍ତ ଟଙ୍କାରେ ଖାଇବା ରହିବା କଷ୍ଟକର ପାଠ। ସେଥିପାଇଁ ପାଇଁ ସରକାରଙ୍କ ଯୋଜନା କୁ ଆଶା ନ ରଖି ବୟସର ଅପରାହ୍ନରେ ମଧ୍ୟ ଭିନ୍ନକ୍ଷମ ମୂଳାବତୀ ନିଜକର୍ମ ଆଗରେ କେବେ ଅବହେଳା କରିନାହାନ୍ତି। ତାଙ୍କ ପାଖରେ କର୍ମ କଣ ତାହା ଶିଖିବାର କଥା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ପ୍ରଚଣ୍ଡ ଖରା ନିଆଁ ତାତିରେ ପରିଣତ ବୟସରେ ଜଙ୍ଗଲ କୁ ଯାଇ ପଥର ଫଟେଇବା କିଛି ସହଜ ନଥିବାବେଳେ ମୁଣ୍ଡର ଝାଳ ପଣତକାନିରେ ପୋଛି କର୍ମ କରିବା ଭଳି ବିକଳ ଦୃଶ୍ୟ ମୂଳା ବତୀଙ୍କ ପାଖରେ ଦେଖିବାକୁ ମିଳିଛି। ତେବେ ଦେଖିବା ବାକି ରହିଲା କେବେ ପଡିବ ମୂଳାବତୀଙ୍କ ଉପରେ ପ୍ରଶାସନର ଦୃଷ୍ଟି ।

Leave a Reply

Your email address will not be published. Required fields are marked *