Pratidin TV

Odisha's Digital News Platform

ବର୍ଷେ ହେଲାଣି ଭତ୍ତା ପାଇବାରୁ ବଞ୍ଚିତ ଦିବ୍ୟାଙ୍ଗ ରମେଶମାଝୀ ।

ରାୟଗଡା : ମାସେ ନୁହେଁ କି ଦୁଇମାସ ନୁହେଁ ଏକ ବର୍ଷରୁ ଉର୍ଦ୍ଧ ହେଲାଣି ଭତା ପାଇବାରୁ ବଞ୍ଚିତ ଦିବ୍ୟାଙ୍ଗ ରମେଶମାଝୀ । ରମେଶ ମାଝିଙ୍କଘର ଉପାନ୍ତ ଅଞ୍ଚଳର ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଡୁଡୁକା ବାହାଲ ପଞ୍ଚାୟତର ମଇଲିଗ୍ରାମ । ହାତରେ ଭତା ମିଳିବା ସମୟରେ ରମେଶ ଠିକ ଠାକା ମିଳୁଥିଲା ଏବେ ଅନଲାଇନରେ ମିଳବା ଦିନ ଠାରୁ ବହୁତ ଅସୁବିଧା ହେଉଛି ବୋଲି କହିଛନ୍ତି ହିତାଧିକାରୀ ଦିବ୍ୟାଙ୍ଗ ରମେଶ ମାଝୀ ।

ବୃଦ୍ଧ ବାପା ମା ସହିତ ଦିବ୍ୟାଙ୍ଗ ରମେଶ ଘରେ ରହୁଛି । ମାସକୁ ମିଳୁଥିବା ଭତାଟଙ୍କା ପାଇଁ ପଞ୍ଚାୟତ ଆଣିବାକୁ ଗଲେ ପଞ୍ଚାୟତ ପିଇଓ କହୁଛନ୍ତି ବ୍ୟାଙ୍କ ଖାତା ଯାଉଛି ତୁମେ ବ୍ୟାଙ୍କକୁ ଜାଅ ବୋଲି । ଅତି ଦୁଃଖର ବିଷୟ ଦିବ୍ୟାଙ୍ଗ ରମେଶ ଚାଲିବାକୁ ସକ୍ଷମ ନଥିବାବେଳେ ଭତାଟଙ୍କା ନମିଳିବାରୁ ବହୁତ ହଇରାଣର ରହୁଛନ୍ତି । ହିତାଧିକାରୀ ଦିବ୍ୟାଙ୍ଗ ରମେଶଙ୍କ ବାପା କହୁଛନ୍ତି ପୁଅକୁ ୧୫ମାସ ହେଲା ଭତାଟଙ୍କା ମିଳୁନାହିଁ ଆମେ ବହୁତ ଅସୁବିଧାରେ ଚଳୁଛୁ ପଞ୍ଚାୟତର ପିଇଓ ନିକଟକୁ ଗଲେ ବ୍ୟାଙ୍କକୁ ଯାଉଛି ଟଙ୍କା ତୁମେବ୍ୟାଙ୍କ ଯାଅ ବୋଲି ବ୍ୟାଙ୍କକୁ ଗଲେ ବ୍ୟାଙ୍କର ଟଙ୍କା ଚଢିନାହିଁ ବୋଲି କହୁଛିନ୍ତି । ତେବେ ଏଭଳି ପରିସ୍ଥିତିର ଏବେ ଅତି ଦହନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଗ୍ରାମବାସୀ ଦାବି କରିଛନ୍ତି ଏଭଳି ଲୋକଙ୍କୁ ଭତାଟଙ୍କା ନିହାତି ମିଳିବା ଦରକାର ।

Leave a Reply

Your email address will not be published. Required fields are marked *