Pratidin TV

Odisha's Digital News Platform

ଧୋକାଦେଲା ହାତଗୋଡ ; ପାଟିରେ ଲେଖି ପରୀକ୍ଷାରେ ୨ୟ ସ୍ଥାନରେ ସୁରେନ୍ଦ୍ର…..

1 min read

ରାୟଗଡା ; ଭିନ୍ନକ୍ଷମ ସୁରେନ୍ଦ୍ର କାଣ୍ଟୁ ନିଜ ହାତ ଗୋଡ଼ ଅଚଳାବସ୍ଥା ଥିଲେ ମଧ୍ୟ ହାର ନ ମାନି ପାଟିରେ କଲମ ଧରି ଲେଖି ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ଦଶମ ଶ୍ରେଣୀରେ ସେକେଣ୍ଡ ଡିବିଜନ ରେ ପାସ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି ଯାହା କି ଜିଲ୍ଲାରେ ପ୍ରଥମ ଭିନ୍ନକ୍ଷମ ବୋଲି ଜଣାପଡି ଥିବା ବେଳେ ସମାଜ ପାଇଁ ଗୋଟେ ଶିକ୍ଷା ର ବାର୍ତ୍ତା ଦେଇଛନ୍ତି।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ, ଦେଉଳ ବାଡି ରେ ବସ ବାସ କରି ଆଉଥିବା ଭିନ୍ନକ୍ଷମ ସୁରେନ୍ଦ୍ର କାଣ୍ଟୁ, ବୟସ (୨୪ ) ବାପା -ଶ୍ୟାମକାଣ୍ଟୁ, ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ ବଡ଼ ଭାଇ ରାଜେନ୍ଦ୍ର ମିସ୍ତ୍ରୀ ଭାବେ କାମ କରି ଯାହା ମିଳେ ସେ ନିଜ ସ୍ତ୍ରୀ ପିଲା ଙ୍କୁ ଚଳେଇ ବା ସହ ଭାଇ ଭିନ୍ନକ୍ଷମ ସୁରେନ୍ଦ୍ର ଙ୍କୁ ମଧ୍ୟ ସେହି ଟଙ୍କାରେ ଚଳେଇ ଆସୁଥିବା କହିଛନ୍ତି।

ଆଜି କଲ୍ୟାଣ ସିଂହପୁର ବ୍ଲକ ପରିସର ମଧ୍ୟରେ ହୋଉଥିବା ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିରରେ ପହଞ୍ଚି ଗୋଟିଏ ବେଟରୀ ସାଇକେଲ ଓ କିଛି ଲୋନ ପାଇବା ଆଶାରେ ଆସିଥିବା ଦେଖିବା ପାଇଁ ମିଳିଛି।

Leave a Reply

Your email address will not be published. Required fields are marked *