Pratidin TV

Odisha's Digital News Platform

ମୋ ଜ୍ୱାଇଁକୁ ଫାଶୀ ଦିଅ, ଅଭିଯୁକ୍ତ ସଞ୍ଜୟର ଶାଶୁ ଖୋଲିଲେ ବଡ଼ ଗୁମର

କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟାକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ବର୍ତ୍ତମାନ ଏହି ମାମଲାରେ ସିବିଆଇ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ପଲିଗ୍ରାଫ ଟେଷ୍ଟ କରିବ। ଅଭିଯୁକ୍ତ ସଞ୍ଜୟ ରୟଙ୍କ ଶାଶୁ ଏକ ବୟାନ ଜାରି କରି ତାଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁଯାୟୀ, କୋଲକାତା ଆର୍‌ଜି କର୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେଉଛି। ଏହାକୁ ନେଇ ପୂରା ଦେଶରେ ଅସନ୍ତୋଷ ଜାରି ରହିଛନ୍ତି। ଡାକ୍ତରମାନେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରନର୍ଶନ କରୁଛନ୍ତି। ଏହାରି ଭିତରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ତାଙ୍କ ଶାଶୁ।

ଅଭିଯୁକ୍ତ ସଞ୍ଜୟ ରୟଙ୍କ ଶାଶୁ ଆହୁରି କହିଛନ୍ତି, ସଞ୍ଜୟଙ୍କ ସହ ଆମର ସମ୍ପର୍କ ଭଲ ନ ଥିଲା। ସେ ଆମ ଝିଅ ସହ ଅସଦାଚରଣ କରୁଥିଲେ। ସେ ତାଙ୍କୁ ମାଡ ମାରୁଥିଲେ, ୩ ମାସର ଗର୍ଭପାତ କରାଇଥିଲେ। ସେ ପୂର୍ବରୁ ଆଉ ଜଣଙ୍କୁ ବିବାହ କରିଥିଲେ, ଏହା ପରେ ସେ ମୋ ଝିଅ ସହିତ ଦ୍ୱିତୀୟ ବିବାହ କରିଥିଲେ। ଯଦି ସେ କିଛି ଭୁଲ କରିଛନ୍ତି, ତେବେ ତାଙ୍କୁ ଦଣ୍ଡ ଦିଆଯାଉ।

କୋଲକାତା ଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଏହି ମାମଲାରେ ଦେଶରେ ରାଜନୀତି ମଧ୍ୟ ଚରମ ସୀମାରେ ରହିଛି। ବିଜେପି ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରୁଛି। ଅନ୍ୟପଟେ ଇଣ୍ଡିଆ ଏଲାଏନ୍ସ ବିଜେପି ଉପରେ ଆଣିଛି ଅଭିଯୋଗ |

Leave a Reply

Your email address will not be published. Required fields are marked *