Pratidin TV

Odisha's Digital News Platform

ସ୍କୁଲ ହଷ୍ଟେଲରୁ ମିଳିଲା ସପ୍ତମ ଶ୍ରେଣୀ ଛାତ୍ରଙ୍କ ଝୂଲନ୍ତା ମୃତଦେହ ….

1 min read

ରାଉରକେଲା ; ରାଉଲକେଲାରେ ଚାଞ୍ଚଲ୍ୟ ଖେଳାଇଛି ସପ୍ତମଶ୍ରେଣୀ ଛାତ୍ରଙ୍କ ଜୀବନ ହାରିବା ଘଟଣା । ଯୁବପିଢୀ ପରେ ଏବେ ଛୋଟ ଛୋଟ ଶିଶୁ ଯେ ଏଭଳି ପଦକ୍ଷେପ ଉଠାଇପାରୁଛନ୍ତି ତାହା ପୁରା ଓଡିଶାବାସୀଙ୍କୁ ଚିନ୍ତାରେ ପକାଇଛି । ରାଉରକେଲାର ଛେଣ୍ଡ ଥାନା ଅନ୍ତର୍ଗତ ‘ଅନ୍ୱେଷା’ ହଷ୍ଟେଲରୁ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ କୃଷ୍ଣ କୁଜୁର। ତାଙ୍କ ଘର ଗୁରୁଣ୍ଡିଆ ବ୍ଲକ୍ ସୋଲ ଗାଁରେ।

ସେ ରାଉରକେଲା ସହରରେ ଥିବା ଏକ ଘରୋଇ ସ୍କୁଲରେ ପଢ଼ୁଥିଲେ। ସୋମବାର ସେ ସ୍କୁଲ୍ ଯାଇ ନଥିଲେ। ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ତାଙ୍କ ମୃତଦେହ ଫ୍ୟାନ୍ରେ ଝୁଲି ରହିଥିବାର ଦେଖିଥିଲେ । ପୋଲିସ୍ ହଷ୍ଟେଲରେ ପହଞ୍ଚି ଶବକୁ ଜବତ କରିଛି। ଏହା ସହିତ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି।

Advertisement

ଅନ୍ୟପଟେ ଗତ ଡିସେମ୍ବର ୭ ତାରିଖରେ କ୍ରିଷ୍ଣାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ୧୨ ବର୍ଷୀୟ କ୍ରିଷ୍ଣାର ମୃତ୍ୟୁ ପାଇଁ ହଷ୍ଟେଲ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ପରିବାର ଲୋକ । ତେବେ ପୁଲିସ କହିଛି, ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ଜଣା ପଡିବ ।

Leave a Reply

Your email address will not be published. Required fields are marked *